ଚୀନ୍ ସହିତ ବିବାଦ ବେଳେ ମିଳିତ ଶକ୍ତି ପ୍ରଦର୍ଶନ କଲେ ଭାରତ-ଜାପାନ


ନୂଆଦିଲ୍ଲୀ: ଭାରତ-ଚୀନ ବିବାଦ ବେଳେ ଭାରତ ଏବଂ ଜାପାନର ନୌସେନା ହିନ୍ଦ ମହାସାଗରରେ ମିଳିତ ଯୁଦ୍ଧଭ୍ୟାସ କରିଛନ୍ତି। ଜାପାନର ନୌସେନା ଟୁଇଟ୍ କରି ଏହି ସୂଚନା ଦେଇଛି। ଜୁନ୍ ୨୭ରେ ଜାପାନର ମୋରେଟାଇମ୍ ଡିଫେନ୍ସ ଫୋର୍ସର ଜେଏସ କଶିମା ଏବଂ ଜେଏସ ଶିମୟୁକି ଭାରତୀୟ ନୌସେନାର ଆଇଏନଏସ ରାଣା ଏବଂ ଆଇଏନଏସ କୁଳୀଶ ସହିତ ମିଶି ହିନ୍ଦି ମହାସାଗରରେ ଯୁଦ୍ଧଭ୍ୟାସ କରିଛି। ଏହି ଯୁଦ୍ଧଭ୍ୟାସ ଜରିଆରେ ଦୁଇ ଦେଶ ନିଜ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ମଜବୁତ କରିଛନ୍ତି। ଭାରତ-ଚୀନ୍ ମଧ୍ୟରେ ବିବାଦ ବଢ଼ୁଥିବା ବେଳେ ଏହି ଯୁଦ୍ଧଭ୍ୟାସ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି।
କରୋନା ମହାମାରୀକୁ ନେଇ ଚୀନ୍ ଏବେ ଆମେରିକା ସମେତ ଅନେକ ଦେଶର ସମାଲୋଚନାର ଶିକାର ହେଉଛି। ଆମେରିକା ଏବଂ ଚୀନ୍ ସହିତ ବିବାଦ ବଢୁଥିବା ବେଳେ ଭାରତ ସହିତ ମଧ୍ୟ ଲଦାଖର ଗୁଲଓ୍ନାନ ଉପତ୍ୟକାକୁ ନେଇ ଚୀନର ବିବାଦ ବଢ଼ିଛି। ଯୁଦ୍ଧ ଆଶଙ୍କା କରି ହିନ୍ଦ ମହାସାଗରରେ ଚୀନ୍ ନିଜର ଲଢ଼ୁଆ ଜାହାଜ, ବିମାନ ଆଦି ମୁତୟନ କରିଥିବା ସୂଚନା ରହିଛି।
27 JUN, JS KASHIMA (TV 3508) and JS SHIMAYUKI (TV 3513), the JMSDF Training Squadron, conducted an exercise with INS RANA and INS KULISH, Indian Navy at the Indian Ocean. JMSDF promoted mutual understanding with Indian Navy through this exercise. pic.twitter.com/obiXOSVULH
— Japan Maritime Self-Defense Force (@jmsdf_pao_eng) June 28, 2020
ଆହୁରି ପଢ଼ନ୍ତୁ
ଅନ୍ୟପଟେ ପୂର୍ବ ଚୀନ୍ ସାଗରରେ ଯେଉଁ ଦ୍ୱୀପକୁ ଅକ୍ତିଆର କରିବାକୁ ପ୍ରୟାସ କରୁଛି ତାହା ଜାପାନ ଅଧିନରେ ରହିଛି। ଏବେ ଏହି ଦ୍ୱୀପକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ବଢ଼ୁଛି।
ଅନ୍ତର୍ଜାତୀୟ ମିଡିଆ ରିପୋର୍ଟ ଅନୁଯାୟୀ, ଜାପାନ ଜଳ ସୀମାରେ ଚୀନର ଏକ ବୁଡ଼ା ଜାହାଜ ପଶିଥିଲା। ହେଲେ ଜାପାନ ଏହାକୁ ଘଉଡାଇ ଦେଇଛି। ଆଗାମୀ ଦିନରେ ଏଭଳି କଲେ ଜାପାନ କଡ଼ା ଜବାବ ଦେବ ବୋଲି କହିଥିବା ସୂଚନା ରହିଛି।
ଆହୁରି ପଢ଼ନ୍ତୁ
[ad_2]