ଚୀନ୍ ବିରୋଧରେ ସର୍ବଦଳୀୟ ବୈଠକ ପୂର୍ବରୁ ଭାରତ ପାଇଁ ଭଲ ଖବର!

ଜେନେଭା: ଚୀନ୍ ବିରୋଧରେ ସର୍ବଦଳୀୟ ବୈଠକ ପୂର୍ବରୁ ବିଶ୍ୱରେ ବଢିବ ଭାରତର ଶକ୍ତି। କାରଣ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟରେ ସାମିଲ୍ ହେବାକୁ ଯାଉଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଜିଏ) ରେ ପାଞ୍ଚ ଜଣ ଅସ୍ଥାୟୀ ସଦସ୍ୟଙ୍କ ପାଇଁ ଭୋଟିଂ ଚାଲିଛି। ୟୁଏନଜିଏରେ ଅସ୍ଥାୟୀ ସଦସ୍ୟ ଭାବରେ ଭାରତ ନିର୍ବାଚିତ ହେବା ଏକ ପ୍ରକାର ନିଶ୍ଚିତ। ତେବେ କରୋନା ଭାଇରସ୍ ପାଇଁ ଭୋଟିଂ ପ୍ରକ୍ରିୟା ବିଳମ୍ୱ ରହିଛି। ମତଦାନର ଫଳାଫଳ ୧୮ ତାରିଖରେ ଆସିବ ବୋଲି ସୂଚନା ରହିଛି। ଭାରତ ଏସିଆ ପ୍ରଶାନ୍ତ ମହାସାଗର ଅଞ୍ଚଳରୁ ଛିଡା ହୋଇଛି। ଆଉ ଭାରତକୁ କେହି ବିରୋଧ କରି ନାହାନ୍ତି। ଆଉ ନିର୍ବାଚିତ ହେବା ପାଇଁ ୧୨୯ ଖଣ୍ଡ ଭୋଟର ଆବଶ୍ୟକ ରହିଛି। ଯାହାକି ଭାରତ ପାଖରେ ରହିଥିବା ସୂଚନା ରହିଛି। ତଥାପି ନିର୍ବାଚନ ଫଳାଫଳକୁ ଅପେକ୍ଷା ରହିଛି।

ଆହୁରି ପଢ଼ନ୍ତୁ

୧୯୩ ଜଣ ସଦସ୍ୟଙ୍କ ନେଇ ଗଠିତ ମିଳିତ ଜାତିସଂଘର ସାଧାରଣ ସଭାର ୭୫ ତମ ଅଧିବେଶନ ବସିବାକୁ ଯାଉଛି। ଏହା ପୂର୍ବରୁ ରାଷ୍ଟ୍ରପତି, ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଏବଂ ଅର୍ଥନୀତିକ ଏବଂ ସାମାଜିକ ପରିଷଦର ସଦସ୍ୟମାନଙ୍କୁ ମନୋନୀତ କରିବାକୁ ପ୍ରକ୍ରିୟା ଚାଲିଛି। ବୁଧବାର ଅସ୍ଥାୟୀ ସଦସ୍ୟଙ୍କ ପାଇଁ ମତଦାନ ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ଭାରତର ନିର୍ବାଚନ ପ୍ରାୟ ନିଶ୍ଚିତ।

ମିଳିତ ଜାତିସଂଘର ସାଧାରଣ ସଭା ପ୍ରତିବର୍ଷ ସମୁଦାୟ ୧୦ ଅସ୍ଥାୟୀ ସଦସ୍ୟଙ୍କ ମଧ୍ୟରୁ ପାଞ୍ଚ ବର୍ଷ ଦୁଇ ବର୍ଷ ପାଇଁ ଚୟନ କରେ। ଅସ୍ଥାୟୀ ସଦସ୍ୟଙ୍କ ଏହି ୧୦ ଟି ଆସନ ଆଞ୍ଚଳିକ ଭିତ୍ତିରେ ବିଭକ୍ତ। ସେଥିମଧ୍ୟରୁ ପାଞ୍ଚଟି ଆସନ ଆଫ୍ରିକୀୟ ଏବଂ ଏସୀୟ ଦେଶ, ଦୁଇଟି ଆମେରିକୀୟ ଦେଶ ଏବଂ କାରିବିଆନ୍ ଦେଶ ଏବଂ ଦୁଇଟି ପଶ୍ଚିମ ୟୁରୋପୀୟ ଦେଶ ଏବଂ ଗୋଟିଏ ସିଟ୍ ପୂର୍ବ ୟୁରୋପ ଦେଶ ପାଇଁ ରହିଛି। ଭୋଟ୍ ମାଧ୍ୟମରେ ଦେଶଗୁଡିକ ନିର୍ବାଚିତ ହୁଅନ୍ତି।

[ad_2]
Exit mobile version