ଚୀନ୍ ବିରୋଧରେ କିଭଳି ରଣନୀତି ହେବା ଦରକାର? ମତ ରଖିଲା ବିଜେଡି


ନୂଆଦିଲ୍ଲୀ: ଚୀନ୍ ପ୍ରସଙ୍ଗରେ କେନ୍ଦ୍ର ସରକାର ଯେଉଁ ନିଷ୍ପତ୍ତି ନେବେ ବିଜୁ ଜନତା ଦଳ ନିଃସର୍ତ୍ତ ସମର୍ଥନ କରିବ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକରେ ବିଜେଡିରୁ ଯୋଗ ଦେଇଥିବା ପୁରୀ ସାଂସଦ ପିନାକି ମିଶ୍ର ଏହା କହିଛନ୍ତି। ଚୀନ୍ ବାରମ୍ୱାର ବିଶ୍ୱାସଘାତକ କରୁଛି। ଏବେ ପୁଣି ଥରେ ଅନ୍ଧାରରେ ନିଜ ଭୀରୁତାର ପରିଚୟ ଦେଇଛି ଚୀନ୍। ସେମାନେ ଆମ ସେନାକୁ ଆକ୍ରମଣ କରିଛନ୍ତି। ଆମେ ମଧ୍ୟ ଚୀନ୍ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର ବୋଲି ସେ କହିଛନ୍ତି। ଗୁଲଓ୍ନାନ ଉପତ୍ୟକାରେ ସଂଘର୍ଷ ବେଳେ ଶହୀଦ ହୋଇଥିବା ୨୦ ଯବାନଙ୍କ ମଧ୍ୟରୁ ଦୁଇ ଜଣ ଓଡ଼ିଆ ଯବାନ ରହିଛନ୍ତି।
All party meeting with PM over India-China border issues: Biju Janta Dal’s Pinaki Misra representing his party said, “We stand with the Government fully and unconditionally”. pic.twitter.com/tpCdgd3Ywp
— ANI (@ANI) June 19, 2020
ଆହୁରି ପଢ଼ନ୍ତୁ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଦିନ ଡକାଯାଇଥିବା ସର୍ବଦଳୀୟ ବୈଠକ ଆୟୋଜିତ ହୋଇଯାଇଛି। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଯୋଗ ଦେଇଥିଲେ। ଏଥିସହ ୨୦ଟି ରାଜନୀତିକ ଦଳର ସଭାପତି ଯୋଗ ଦେଇ ଚୀନ୍ ରଣନୀତି ବାବଦରେ ମତ ରଖିଛନ୍ତି। ବୈଠକ ଆରମ୍ଭ ହେବା ପୂର୍ବରୁ ଶହୀଦ ହୋଇଥିବା ୨୦ ଯବାନଙ୍କ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା।
କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ କହିଛନ୍ତି, ଦେଶବାସୀଙ୍କୁ ଉପତ୍ୟକାର ସ୍ଥିତି ବାବଦରେ ସରକାର ସ୍ପଷ୍ଟ କରିବା ଦରକାର। ବିରୋଧୀ ଦଳଙ୍କୁ ପ୍ରତିଦିନ ଏ ବାବଦରେ ସୂଚନା ଦେବା ଦରକାର। ଦେଶର ସେନାଙ୍କ ଉପରେ ଚୀନ୍ ସେନା ଆକ୍ରମଣ କରିବା ଗୁଇନ୍ଦା ବିଫଳ ପାଇଁ ହୋଇଛି କି ବୋଲି ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ସୋନିଆ। ସେଦିନର ସାଟେଲାଇଟ୍ ଫଟୋ ଜାରି କରିବା ଦରକାର ବୋଲି ସେ କହିଛନ୍ତି। ତେବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଗୁଇନ୍ଦା ବିଫଳ ପାଇଁ ଏଭଳି ହୋଇନାହିଁ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ କହିଛନ୍ତି, ସର୍ବଦଳୀୟ ବୈଠକ ଦେଶ ପାଇଁ ଏକ ଭଲ ବାର୍ତ୍ତା। ଏହା ଦର୍ଶାଉଛି ଯେ ଆମେ ଆମ ସେନା ସହିତ ରହିଛୁ। କେନ୍ଦ୍ର ସରକାର ସହିତ ଟିଏମସି ରହିଛି। ଚୀନ୍ ଏକ ଗଣତାନ୍ତ୍ରିକ ଦେଶ ନୁହେଁ। ମନମୁଖୀ ଶାସନ କରୁଛି ଚୀନ୍। ହେଲେ ଆମେ ଗଣତନ୍ତ୍ରାକି ଦେଶ। ତେଣୁ ଚୀନକୁ ଚେକ୍ ଦେବାକୁ ହେଲେ ଆମ ସମସ୍ତଙ୍କ ସ୍ୱର ଏକ ହେବା ଦରକାର। ଆମ ସମସ୍ତଙ୍କ ଚିନ୍ତାଧାରା ଏକ ହେବା ଦରକାର। ଏମିତି ହେଲେ ଆମେ ଯାଇ ଚୀନକୁ ଚେକ୍ ଦେଇପାରିବା ବୋଲି ମମତା କହିଛନ୍ତି।
[ad_2]