ଚୀନ୍ ନାଗରିକଙ୍କ ଉପରେ ରୋକ୍ ଲଗାଇଲା ଆମେରିକା

ଓ୍ୱାଶିଂଟନ: ବିଶ୍ୱର ଦୁଇ ପ୍ରମୁଖ ଶକ୍ତିଶାଳୀ ଦେଶ ଆମେରିକା ଏବଂ ଚୀନ୍ ମଧ୍ୟରେ ବଢ଼ୁଛି ତିକ୍ତତା। ଚୀନ୍ କମ୍ପାନୀକୁ ଆମେରିକା କଳା ତାଲିକାଭୁକ୍ତ କରିବା ପରେ ଏବେ ଚୀନ୍ ନାଗରିକଙ୍କ ପ୍ରବେଶ ଉପରେ କଟକଣା ଲଗାଇଛି ଆମେରିକା ସରକାର। କରୋନା ବିସ୍ତାର ପଛରେ ମୁଖ୍ୟ ଖଳନାୟକ କୁହାଯାଉଥିବା ଚୀନ୍ ପାଇଁ ଆମେରିକା ବିଶ୍ୱରେ ସବୁଠାରୁ ଅଧିକ କ୍ଷତି ସହୁଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ସୁରକ୍ଷା କାରଣରୁ ଚୀନର କିଛି ନାଗରିକଙ୍କ ଉପରେ ସରକାର କଟକଣା ଲଗାଇବାକୁ ଯାଉଛନ୍ତି। ଏଥିସହ ପୁଣି ଥରେ ଦୋହରାଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବେ ଚୀନ୍ ଦ୍ୱାରା ଅଧିକୃତ ହୋଇ ରହିଛି। ତେଣୁ ଆମେରିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ ସମ୍ପର୍କ କାଟିଛି। ଅନ୍ୟ ଯେଉଁ ସଂସ୍ଥା ସ୍ୱାସ୍ଥ୍ୟ କ୍ଷେତ୍ରରେ କାମ କରୁଥିବ ସେହି ସଂସ୍ଥା ସହିତ ଆମେରିକା ଆଗାମୀ ଦିନରେ ଯୋଡ଼ି ହେବ ବୋଲି ଟ୍ରମ୍ପ କହିଛନ୍ତି।

ଆହୁରି ପଢ଼ନ୍ତୁ

ହଂକଂ ପ୍ରସଙ୍ଗରେ ମଧ୍ୟ ଚୀନ୍ ଯେଉଁ ନୀତି ଆପଣାଉଛି ସେ ବାବଦରେ ଆମେରିକା ନିଜର ସ୍ଥିତି ସ୍ପଷ୍ଟ କରିଛି। ଚୀନ୍ ହଂକଂକୁ ନେଇ ନିଜର ଚିନ୍ତାଧାରା ପରିବର୍ତ୍ତନ କରୁଛି। ହଂକଂ ଉପରେ ଚୀନର ବିପଦ ରହିଛି। ହେଲେ ହଂକଂକୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦିଆଯାଉ ବୋଲି ଆମେରିକାର ଇଚ୍ଛା। ତେଣୁ ଆମେରିକା ମଧ୍ୟ ହଂକଂ ପାଇଁ ଥିବା ଟ୍ରେଭେଲ ଆଡଭାଇଜାରି ନୀତିରେ ପରିବର୍ତ୍ତନ କରିବ ଆମେରିକା ସରକାରଙ୍କ ମୁଖପାତ୍ର କହିଛନ୍ତି।

[ad_2]
Exit mobile version