‘ଚୀନର ସମସ୍ତ ପଡ଼ୋଶୀ ଦେଶ ସହିତ ସୀମା ବିବାଦ ରହିଛି’

ଓ୍ୱାଶିଂଟନ: ଚୀନର ସମସ୍ତ ଦେଶ ସହିତ ସୀମା ବିବାଦ ରହିଛି। ଚୀନ୍ ବିରୋଧରେ ଲଦାଖ ସୀମାରେ ଭାରତ ଯେଉଁ ପଦକ୍ଷେପ ନେଇଛି ତାହା ପ୍ରଶଂସନୀୟ। ଭାରତ ଚୀନକୁ କଡ଼ା ଜବାବ ଦେଇଛି। ଏଭଳି କହିଛନ୍ତି ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ।

ସେ କହିଛନ୍ତି, ଚୀନ୍‌ର କୌଣସି ପଡୋଶୀ ଦେଶ ନାହିଁ ଯାହା ସହିତ ସୀମା ବିବାଦ ନାହିଁ। ନିକଟରେ ଚୀନ୍ ଭୁଟାନ ସହିତ ଏହାର ସୀମା ବିବାଦ ବିଷୟରେ ମଧ୍ୟ କହିଛି।

ଆହୁରି ପଢ଼ନ୍ତୁ

ଭାରତ-ଚୀନ୍ ସୀମା ବିବାଦ ଉପରେ ପୋମ୍ପିଓ କହିଛନ୍ତି, ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହ କଥା ହୋଇଛି। କୌଣସି ଉତ୍ତେଜନା ବିନା ଚୀନ୍ ଆକ୍ରମଣାତ୍ମକ ପଦକ୍ଷେପ ନେଇଥିଲା ଏବଂ ଭାରତ ଏହାର ଉତ୍ତର ଦେଇଚି। ଚୀନ୍ କମ୍ୟୁନିଷ୍ଟ ପାର୍ଟି ନିକଟରେ ଭୁଟାନ ସହିତ ଏକ ସୀମା ବିବାଦ ବାବଦରେ ପରୋକ୍ଷରେ କହିଛି। ସେହିପରି ଭିଏତନାମା ସହିତ ଚୀନର ବିବାଦ ରହିଛି। ଆଞ୍ଚଳିକ ବିବାଦକୁ ବଢ଼ାଇବା ପାଇଁ ଚୀନ୍‌ ଏଭଳି କରୁଛି। ସାରା ବିଶ୍ୱ ଏଭଳି ନୀତିକୁ କେବେ ଆଗକୁ ବଢ଼ିବାକୁ ଦେବ ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି, ଚାଇନିଜ ଆପ୍ ଉପରେ ଆମେରିକା ବିଚାର କରୁଛି। ଆମେରିକା ଲୋକଙ୍କ ଡାଟା ଗୋପନୀୟ ରଖିବା ଆମ ସରକାରର କର୍ତ୍ତବ୍ୟ। ଯଦି କିଛି ଗଡ଼ବଡ଼ ଥିବ ତା’ହେଲେ ଆମେରିକା ମଧ୍ୟ ଭାରତ ଭଳି ଚାଇନିଜ ଆପ୍ସ ଉପରେ ରୋକ୍ ଲଗାଇବ।

ଆହୁରି ପଢ଼ନ୍ତୁ



[ad_2]

Exit mobile version