ବାଣିଜ୍ୟ

ଚୀନକୁ ଝଟକା, ଭାରତ ଆସିବ ଏହି ମୋବାଇଲ୍ କମ୍ପାନୀ

ନୂଆଦିଲ୍ଲୀ: କରୋନାର ଉତ୍ପତ୍ତି ସ୍ଥଳ କୁହାଯାଉଛି ଚୀନର ଉହାନ ସହର। କରେନା ଭଳି ଘାତକ ଭାଇରସ ବାବଦରେ ଚୀନ୍ ବିଳମ୍ୱରେ ସୂଚନା ଦେଇଥିବାରୁ ଏହାକୁ ନେଇ ଅନେକ ଦେଶ ଏବେ ଚୀନ ବିରୋଧରେ ଆରମ୍ଭ କରିଛନ୍ତି ଅର୍ଥନୀତିକ ଯୁଦ୍ଧ। ଚୀନ ବଜାରର ସଟର ପକାଇବା ପାଇଁ ଏବେ ଆମେରିକା, ଜର୍ମାନୀ, ଜାପାନ ଭଳି ଦେଶ ଆରମ୍ଭ କରିଛନ୍ତି ପ୍ରୟାସ। ଏବେ ଅନେକ ବିଦେଶୀ କମ୍ପାନୀ ଚୀନ ଛାଡ଼ିବେ ବୋଲି ଜଣାପଡ଼ିଛି। ଭାରତ ଏବେ ଚୀନର ସ୍ଥାନ ନେବାକୁ ଆରମ୍ଭ କରିଛି ପ୍ରୟାସ। ଏବେ ଏହି ଯୋଜନାରେ ଭାରତର ଝୋଲାରେ ପଡ଼ିଛି ଲାଭା ମୋବାଇଲ କମ୍ପାନୀ।

ମୋବାଇଲ ଓ ଯନ୍ତ୍ରାଂଶ ତିଆରି କରୁଥିବା ଘରୋଇ କମ୍ପାନୀ ଲାଭା ଇଣ୍ଟରନେଶନାଲ ଏବେ ଚୀନ୍ ଛାଡ଼ି ଭାରତରେ ନିବେଶ କରିବ ବୋଲି ଶୁକ୍ରବାର ଘୋଷଣା କରିଛି। ନିକଟରେ ବିଦେଶୀ କମ୍ପାନୀକୁ ଭାରତରେ ନିବେଶ କରିବା ପାଇଁ ସୁହାଇଲା ଭଳି ନୀତି ତିଆରି କରିଛି ଭାରତ। ଏବେ ଏହି ନୀତିକୁ ସମର୍ଥନ କରି ଲାଭା ଏବେ ମେଡ୍ ଇନ୍ ଚାଇନା ବଦଳରେ ମେଡ୍ ଇନ୍ ଇଣ୍ଡିଆ ହେବାକୁ ଘୋଷଣା କରିଛି।

ଆହୁରି ପଢ଼ନ୍ତୁ

କମ୍ପାନୀ ମୋବାଇଲ ଉପକରଣ ଏବଂ ଯନ୍ତ୍ରାଂଶ ତିଆରି କରିବା ପାଇଁ ଭାରତରେ ଆଗାମୀ ୫ ବର୍ଷରେ ୮୦୦ କୋଟି ଟଙ୍କା ନିବେଶ କରିବ ବୋଲି ଯୋଜନା କରିଛି।

ଲାଭା ଇଣ୍ଟରନେଶନାଲର ଅଧ୍ୟକ୍ଷ ହରି ଓମ୍ ରୟ କହିଛନ୍ତି, ଚୀନରେ ଏବେ କମ୍ପାନୀର ୬୦୦ରୁ ୬୫୦ କର୍ମଚାରୀ ରହିଛନ୍ତି। ଏବେ କିନ୍ତୁ ଲାଭା ଭାରତକୁ ଡିଜାଇନ୍ କାମ ସ୍ଥାନାନ୍ତରିତ କରିବ। ଭାରତରେ ଏବେ ମୋବାଇଲ ତିଆରି ହେବ। ଚୀନରୁ ତିଆରି ହୋଇ ସାରା ବିଶ୍ୱକୁ ଲାଭା ମୋବାଇଲ୍ ଯାଉଥିଲା। ଏବେ ଏହି କାମ ଭାରତରେ ହିଁ ହେବ। ପୂର୍ବରୁ ମୋବାଇଲ ଚାର୍ଜର କେବଳ ଭାରତରେ ତିଆରି ହେଉଥିଲା ଏବେ ସମ୍ପୂର୍ଣ୍ଣ କାମ ଭାରତରେ ହେବ ବୋଲି ସେ କହିଛନ୍ତି।

[ad_2]
Show More
Back to top button