ରାଜ୍ୟ

ଚିହ୍ନଟ ହେଲେ ୧୭୫ ଆକ୍ରାନ୍ତ, ଗଜପତିରେ ସବୁଠୁ ଅଧିକ

ଭୁବନେଶ୍ୱର(ସତ୍ୟଶିଖା): ରାଜ୍ୟରେ ୧୫ ଜିଲ୍ଲାରୁ ଆଉ ୧୭୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ୧୪୫ ଓ ୩୦ଟି ଲୋକାଲ୍ କେସ୍ ଥିବା ଜଣାଯାଇଛି।

ନୂଆ  ଚିହ୍ନଟ ହୋଇଥିବା ୧୭୫ ଆକ୍ରାନ୍ତଙ୍କ ମଧ୍ୟରୁ  ଗଜପତିରେ ସର୍ବାଧିକ ୫୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ଖୋର୍ଦ୍ଧାରୁ ୨୫, ପୁରୀରୁ ୧୮, ବରଗଡ଼ରୁ ୧୧, କନ୍ଧମାଳରୁ ୭, ଜଗତସିଂପୁରରୁ ୭, ବାଲେଶ୍ୱରରୁ ୬ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ  ଓ  ମୟୂରଭଞ୍ଜରୁ ୫ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ନୂଆପଡ଼ାରୁ ୪, କଟକ ଓ ବଲାଙ୍ଗିରରୁ ୩ ଜଣ ଲେଖାଏ,  ଝାରସୁଗୁଡାରୁ , କେନ୍ଦ୍ରାପଡ଼ା ଓ ଗଞ୍ଜାମରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହାବ୍ୟତୀତ କୋଲକତାରୁ ଫେରିଥିବା ଅମ୍ଫାନ ଉଦ୍ଧାରକାରୀ ଦଳର ୨୧ ଜଣଙ୍କର ସ୍ୱାବ ପରୀକ୍ଷାରୁ ପଜିଟିଭ ଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩୩୮ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୨୯୭୪ ଜଣ ସୁସ୍ଥ ହୋଇ ସାରିଛନ୍ତି ଓ ୧୩୫୦ ଜଣ ଚିକିତ୍ସାଧୀନ ଅଛନ୍ତି।



[ad_2]

Show More
Back to top button