ରାଜ୍ୟ

ଚିହ୍ନଟ ହେଲେ ୧୬୫ ଆକ୍ରାନ୍ତ, ଗଞ୍ଜାମରେ ସବୁଠୁ ଅଧିକ

ଭୁବନେଶ୍ୱର(ସତ୍ୟଶିଖା): ରାଜ୍ୟର ୧୭ ଜିଲ୍ଲାରୁ ୧୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୪୦ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ଓ ୨୫ ଲୋକାଲ କେସ୍‌ ବୋଲି ଜଣାଯାଇଛି।  ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

୧୬୫ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ମଧ୍ୟ ଏହି ଜିଲ୍ଲାରୁ ସର୍ବାଧିକ ୫୬ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ୧୬୫ ଆକ୍ରାନ୍ତଙ୍କ ମଧ୍ୟରେ ଅମ୍ଫାନ ଉଦ୍ଧାର କାର୍ଯ୍ୟ ସାରି ପଶ୍ଚିମବଙ୍ଗରୁ ଫେରିଥିବା ଉଦ୍ଧାରକାରୀ ଦଳର ୧୧ ସଦସ୍ୟ ଥିବା ଜଣାଯାଇଛି।

ଆହୁରି ପଢ଼ନ୍ତୁ

ରାଜ୍ୟରେ ଚିହ୍ନଟ ହୋଇଥିବା ୧୬୫ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୪୧, ଗଜପତିରୁ ୨୮, ବାଲେଶ୍ୱରରୁ ୨୧, କଟକରୁ ୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ବ୍ୟତୀତ ଖୋର୍ଦ୍ଧାରୁ ଓ ଯାଜପୁରରୁ ୮ ଜଣ ଲେଖାଏ ପୁରୀରୁ ୭, ସୁନ୍ଦରଗଡ଼ରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ମୟୂରଭଞ୍ଜ ଓ ନବରଙ୍ଗପୁରରୁ ୩ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଝାରସୁଗୁଡ଼ା, ବଲାଙ୍ଗିରରୁ ୨ ଜଣ ଲେଖାଏ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।  ନୟାଗଡ଼, ଜଗତସିଂହପୁର, ଅନୁଗୋଳ, ମାଲକାନଗିରି ଓ କୋରାପୁଟରୁ ଜଣେ ଲେଖା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ପଶ୍ଚିମବଙ୍ଗରୁ ଫେରିଥିବା ଅମ୍ଫାନ ଉଦ୍ଧାରକାରୀ ଦଳରୁ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪୬୭୭ରେ ପହଞ୍ଚିଲା। ସେମାନଙ୍କ ମଧ୍ୟରୁ ୩୧୪୪ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୫୧୯ ଏବେ ରାଜ୍ୟର ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।



[ad_2]

Show More
Back to top button