ଚିହ୍ନଟ ହେଲେ ୧୦୩ ଆକ୍ରାନ୍ତ, ସଂଖ୍ୟା ଛୁଇଁଲା ୧୪୩୮

ଭୁବନେଶ୍ୱର(ସତ୍ୟଶିଖା): ରାଜ୍ୟରେ ଆଉ ୧୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୮ରେ ପହଞ୍ଚିଛି।

ନୂଆ ୧୦୩ ଆକ୍ରାନ୍ତଙ୍କ ମଧ୍ୟରୁ ଦେବଗଡ଼ ଜିଲ୍ଲାରୁ ସର୍ବାଧିକ ୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୫, ଜଗତସିଂହପୁରରୁ ୧୦, ମାଲକାନଗିରିରୁ ୯ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ଭଦ୍ରକ ଓ ବଲାଙ୍ଗିରରେ ୮ ଜଣ ଲେଖାଏଁ  ଚିହ୍ନଟ ହୋଇଥିବା ବେଳେ  କୋରାପୁଟରୁ ୬ ଜଣ ଚିହ୍ନଟ ହୋଇଛନ୍ତି।

ସେମାନଙ୍କ ବ୍ୟତୀତ କୋରାପୁଟ ଓ ଗଜପତି ଜିଲ୍ଲାରୁ ୬ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଓ ବାଲେଶ୍ୱରରୁ ୫ ଲେଖାଏଁ ଓ ଗଞ୍ଜାମ ଜିଲ୍ଲାରୁ ୪ ଜଣ ଚିହ୍ନଟ ହୋଇଛନ୍ତି।

ଆହୁରି ପଢ଼ନ୍ତୁ

ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, ଢେଙ୍କାନାଳ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଭଦ୍ରକରେ ଜିଲ୍ଲାରେ  ଚିହ୍ନଟ ୮ ଆକ୍ରାନ୍ତଙ୍କ ତଥ୍ୟ ଦେଲା ଜିଲ୍ଲା ପ୍ରଶାସନ। ସେମାନଙ୍କ ମଧ୍ୟରୁ ପଶ୍ଚିମବଙ୍ଗରୁ ୪ ଓ ଗୁଜରାଟରୁ ୨ ଜଣ ଫେରିଥିଲେ। ଏହାବ୍ୟତୀତ ତେଲେଙ୍ଗାନା ଓ ଆନ୍ଧ୍ରରୁ ଜଣେ ଲେଖାଏଁ ଫେରିଥିବା ସୂଚନା ମିଳିଛି।

ସମୁଦାୟ ୧୪୩୮ ଆକ୍ରାନ୍ତଙ୍କ ମଧ୍ୟରୁ  ୮୮୧ ଜଣ ଚିକିତ୍ସାଧୀନ ଥିବାବେଳେ ୫୫୦ ଜଣ ସୁସ୍ଥ ହୋଇଛନ୍ତି। ତେବେ କରୋନା ଯୋଗୁ ୭ଜଣଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

[ad_2]
Exit mobile version