ରାଜ୍ୟ

ଚିନ୍ତା ବଢ଼ାଇଲା ରାଜଧାନୀ, ପୁଣି ୧୬ ‘କରୋନା’ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର  (ସତ୍ୟଶିଖା): ଆଜି ରାଜଧାନୀ ଭୁବନେଶ୍ୱର ସହରରୁ ଚିହ୍ନଟ ହୋଇଛନ୍ତି ୧୬ ‘କରୋନା’ ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ ୨ଜଣ ହୋମ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୪ଟି ଲୋକାଲ କେସ୍। ହୋମ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ହେଉଛନ୍ତି ଜଣେ ୩୫ ବର୍ଷୀୟ ପୁରୁଷ। ସେ କୋଲକାତାରୁ ଫେରିଥିଲେ। ତାଙ୍କ ଘର ଯଦୁପୁର ଅଞ୍ଚଳରେ। ଏନେଇ ଭୁବନେଶ୍ୱର ମହାନଗର ନଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି।

ସେହିପରି ଅନ୍ୟ ଜଣେ ଆକ୍ରାନ୍ତ ହେଉଛନ୍ତି ୨୧ ବର୍ଷୀୟ ମହିଳା। ସେ ବିଜୟୱାଡାରୁ ଫେରିଥିଲେ। ତାଙ୍କ ଘର ଡେଲଟା କଲୋନୀ ଅଞ୍ଚଳରେ।

ଆହୁରି ପଢ଼ନ୍ତୁ

୧୪ ଲୋକାଲ କେସ୍‌ ମଧ୍ୟରୁ ୯ ଜଣ ଘରୋଇ ହସ୍ପିଟାଲରୁ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୫ ଜଣ ପୁରୁଷ ଥିବା ବେଳେ ୪ ଜଣ ମହିଳା। ସେହିପରି ଅନ୍ୟ ପାଞ୍ଚ ଜଣଙ୍କ ମଧ୍ୟରେ ଜଣେ ସୁନ୍ଦରପଦା ଅଭିରାମ ବସ୍ତିରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜଣେ ଓଲ୍‌ଡଟାଉନ ମହତାବ ରୋଡରୁ, ଆଉ ଦୁଇ ଜଣ ବିଡ଼ିଏ କଲୋନୀର ବୋଲି ଜଣାପଡ଼ିଛି। ଅନ୍ୟ ଜଣେ ଆକ୍ରାନ୍ତ ଝାରପଡ଼ା ଜେଲ୍ ନିକଟରୁ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଚାରି ଜଣ ପୁରୁଷ ହୋଇଥିବା ବେଳେ ଜଣେ ମହିଳା ଥିବା ଜଣାପଡ଼ିଛି।

ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରୁ ୨୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୧୩୨ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ଆକ୍ରାନ୍ତ ଚିହ୍ନଟ ହେଉଥିବା ଅଞ୍ଚଳକୁ ସାନିଟାଇଜ୍‌ କରାଯାଉଛି।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button