ନ୍ୟୁଜ୍
ଲଞ୍ଚ ହେଲା ନୂଆ ‘Aadhar App’ ।


ସତ୍ୟଶିଖା : ୦୯/୦୪/୨୦୨୫: ଲଞ୍ଚ ହେଲା ନୂଆ ‘Aadhar App’ । ଏଣିକି ଆଉ ନେବାକୁ ପଡିବ ନାହିଁ ଆଧାର କାର୍ଡର ଫଟୋକପି । ଡିଜିଟାଲ ଇଣ୍ଡିଆ ଆଡ଼କୁ କେନ୍ଦ୍ର ସରକାରଙ୍କ ଆଉ ଏକ ବଡ଼ ପଦକ୍ଷେପ। ଏଣିକି ଆଧାର କାର୍ଡ ବଦଳରେ ବ୍ୟବହାର ହେବ ଆଧାର ଆପ । ଏହି ଆପ ସାହାଯ୍ୟରେ ଆଧାର କାର୍ଡର ଫଟୋକପି ନେବାକୁ ପଡିବ ନାହିଁ । ଆଧାର କାର୍ଡ ମଧ୍ୟ ଦେଖାଇବାକୁ ପଡ଼ିବ ନାହିଁ ।
UPI ପରି QR କୋଡ୍ ସ୍କାନ କରି ସମସ୍ତ ସେବା ପାଇପାରିବେ । ଆଧାର ଉପଭୋକ୍ତାଙ୍କ ତଥ୍ୟ ସୁରକ୍ଷିତ ରହିବା ସହ ଠକେଇ ହ୍ରାସ ହେବ । AI CHAT GPT ରେ ଫେକ୍ ଆଧାର କାର୍ଡ ହେଉଥିବାରୁ ଫେସ୍ ଆପ୍ ଏହାକୁ ରୋକିବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏହି ଆପ ଫେସ୍ ଆଇଡି ବ୍ୟବହାର କରି ବ୍ୟକ୍ତିଙ୍କ ପରିଚୟ ଯାଞ୍ଚ କରିବ। AI CHAT GPTରେ ଫେକ୍ ଆଧାର କାର୍ଡ ହେଉଥିବାରୁ ଏହି ଫେସ ଆପ୍ ଏହାକୁ ରୋକିପାରିବ ।