ଚାଲିଥିଲା ଜୁଆ ଖେଳ, ପୁଲିସ୍ କଲା ଚଢ଼ଉ


ବୀରମିତ୍ରପୁର(ରାକେଶ ସାହୁ): ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଜୋକେତା କଲୋନିପଡ଼ାରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ଉ କରି ୧୧ଜଣ ଜୁଆଡିଙ୍କୁ ଗିରଫ କରିଛି। ଏହାସହ ୧୧ଟି ନାମଦାମୀ କମ୍ପାନୀର ମୋବାଇଲ ଜବତ କରିବା ସହ ୫୭୯୬୦ ଟଙ୍କା, ଗୋଟିଏ ବୋଲେରୋ, ଗୋଟିଏ ସ୍କୁଟି, ଓ ଦୁଇଟି ବାଇକ୍ ସମେତ ଆଠ ପ୍ୟାକେଟ ତାସ ପତ୍ତା ମଧ୍ୟ ଜବତ କରିଛି।
ଆହୁରି ପଢ଼ନ୍ତୁ
ଗିରଫ ହୋଇଥିବା ଜୁଆଡିମାନେ ହେଲେ ଗଣେଶ୍ୱର ଇନ୍ଦୱାର ( ୪୩), ଗୌତମ ବଡାଇକ୍ ( ୩୫), ଅଜିତ ବେକ୍ ( ୩୦), ଦୀପ୍ ନାରାୟଣ ସାହୁ (୪୩), ଗୌତମ ବଡାଇକ୍ ( ୩୫),ଓ କ୍ରୀଷ୍ଣା ଲାଖୁଆ( ୫୧), ବିକାଶ ସିଂହ (୩୩) ଓ ରମେଶ ସାହୁ (୩୪), ବସନ୍ତ ସାହୁ (୩୮) ଓ ଶିବ ପ୍ରସାଦ ସାହୁ (୩୮) କୋଝା ଗୋଡାକ (୪୨) ଓ ଟଙ୍କଧର ସାହୁ (୩୯)।
ମିଳିଥିବା ସୂଚନା ଅନୁସାରରେ,କଲୋନି ପଡ଼ାରେ ଜୁଆ ଆଡ୍ଡା ଚାଲିଥିବା ପୁଲିସ୍ ଖବର ପାଇଥିଲା। ଗତକାଲି ବୀରମିତ୍ରପୁର ଏସଡିପିଓ ନିବେଦିତା ସୋରେନଙ୍କ ଅଧ୍ୟକ୍ଷତାରେ ପୁଲିସ୍ ଟିମ୍ ଜୁଆ ଆଡ୍ଡା ଉପରେ ଚଢ଼ଉ କରିଥିଲା।