ବିଦେଶ

ଚାପ ପରେ ମତ ବଦଳାଇଲା ଚୀନ୍

ବେଜିଂ: କରୋନା ଭାଇରସର ତଥ୍ୟ ଲୁଚାଇବା ଅଭିଯୋଗକୁ ନେଇ ଚାରିଆଡୁ ସମାଲୋଚନା ତୀବ୍ର ହେବା ପରେ ଚୀନ୍ କର୍ତ୍ତୃପକ୍ଷ ଶେଷରେ ନିଜ ଆଭିମୁଖ୍ୟ ବଦଳାଇବାକୁ ବାଧ୍ୟ ହୋଇଛନ୍ତି। ତଦନ୍ତ ପାଇଁ ପ୍ରଥମେ ରାଜି ହେଉନଥିବା ଚୀନ୍ ଏବେ ଏ ନେଇ ସମ୍ମତି ଦେଇଛି। ଚୀନର ବୈଦେଶିକ ମନ୍ତ୍ରୀ ଓ୍ୱାଙ୍ଗ୍ ୟି କହିଛନ୍ତି, କରୋନା ତଦନ୍ତ ପାଇଁ ଚୀନ୍ ସ୍ୱାଗତ କରୁଛି, ହେଲେ ତଦନ୍ତ ବେଳେ ରାଜନୀତିକ ହସ୍ତକ୍ଷେପ ହେବା ଠିକ୍ ନୁହେଁ।

ସେ ଆମେରିକାକୁ ଟାର୍ଗେଟ୍ କରି ଆହୁରି କହିଛନ୍ତି, କରୋନା ପ୍ରସଙ୍ଗରେ ଚୀନକୁ ବଦନାମ କରିବାକୁ ଆମେରିକା ପ୍ରୟାସ କରୁଛି। ତଦନ୍ତ ପାଇଁ ଚୀନ ସ୍ୱାଗତ କରୁଛି। ହେଲେ କୌଣସି ଦେଶକୁ ଏଥିପାଇଁ ବଦନାମ କରିବା ଠିକ୍ ନୁହେଁ।

ଆହୁରି ପଢ଼ନ୍ତୁ

ଆମେରିକା ସମେତ ଅନେକ ଦେଶ ଏବେ ଚୀନକୁ କରୋନା ଭାଇରସର ଭିଲେନ୍ ବୋଲି କହିବାକୁ ପଛାଉ ନାହାନ୍ତି। ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୈଠକ ବସିଥିଲା। ଏହି ବୈଠକରେ ଆମେରିକା, ଅଷ୍ଟ୍ରେଲିଆ ଆଦି ଦେଶ କରୋନା ଭାଇରସର ତଦନ୍ତ ପାଇଁ ଦାବି କରିଥିଲେ। ହେଲେ ଚୀନ୍ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍ କରୋନା ପାଇଁ ଆର୍ଥିକ ପ୍ୟାକେଜ ଦେବ ବୋଲି ଘୋଷଣା କରିଥିଲେ, କିନ୍ତୁ ତଦନ୍ତ ପାଇଁ ରାଜି ହୋଇନଥିଲେ।

ଏହାପରେ ଆମେରିକା ଏବେ ଚୀନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରି ଦେଇଛି। ଚୀନ୍ ଷ୍ଟକ ମାର୍କେଟରୁ ୟୁଏସ ପେନସନ ଫଣ୍ଡ ଓହରିବ ବୋଲି ଆମେରିକା ଘୋଷଣା କରିବା ପରେ ଶନିବାର ଚୀନର ୩୩ଟି କମ୍ପାନୀକୁ ଆମେରିକା କଳା ତାଲିକାଭୁକ୍ତ କରିବ ବୋଲି କହିଛି।

[ad_2]
Show More
Back to top button