ଚାଇନିଜ ଆପ ବ୍ୟାନ୍ ପରେ ଚାଇନା ରଖିଲା ପ୍ରଥମ ପ୍ରତିକ୍ରିୟା


ନୂଆଦିଲ୍ଲୀ: ଭାରତ ସରକାର ଲଦାଖ ସୀମା ବିବାଦ ଓ ତଥ୍ୟ ଚୋରି ପ୍ରସଙ୍ଗକୁ କେନ୍ଦ୍ର କରି ଦେଶରେ ଟିକଟକ ସହ ୫୯ଟି ଚାଇନିଜ ଆପକୁ ବ୍ୟାନ କରିଛନ୍ତି। ଆଗକୁ କେନ୍ଦ୍ର ସରକାର ଆହୁରି ଅନେକ ପ୍ରକାରର ଡିଡିଟାଲ ଷ୍ଟ୍ରାଇକ କରିବେ ବୋଲି କୁହାଯାଉଛି।
ଚାଇନିଜ ଆପ ଭାରତରେ ବ୍ୟାନ ହେବା ପରେ ପ୍ରଥମଥର ପାଇଁ ପ୍ରତିକ୍ରିୟା ରଖିଛି ଚାଇନା। ଚାଇନାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଝାଓ ଲିଜିଆନ କହିଛନ୍ତି, ଭାରତ ଚାଇନିଜ ଆପ୍ ଉପରେ ଲଗାଇଥିବା ବ୍ୟାନ ଉପରେ ଆମେ ଅବଗତ ରହିଛୁ। ଏହି ଘଟଣା ଉପରେ ଆମେ ତୀକ୍ଷ୍ମ ଭାବେ ନଜର ରଖିଛୁ ଓ ଭାରତ ସରକାରଙ୍କ ପଦକ୍ଷେପକୁ ବେଶ ଗମ୍ଭୀରତାର ସହ ନେଇଛୁ।
ଆହୁରି ପଢ଼ନ୍ତୁ
ଆମେ ସର୍ବଦା ଆମର ବ୍ୟବସାୟୀମାନଙ୍କୁ ଅନ୍ତର୍ଜାତୀୟ ଓ ଆଞ୍ଚଳିକ ନୀତି ନିୟମ ଉପରେ କାର୍ଯ୍ୟ କରିବାକୁ କହିଛୁ। ଏକଥାକୁ ବି ଚାଇନା ସରକାର ଗୁରୁତ୍ୱ ଦେଇ ଆସିଛନ୍ତି। ଭାରତ ସରକାର ଚାଇନା ସମେତ ଅନ୍ତର୍ଜାତୀୟ ପୁଞ୍ଜିନିବେଶକାରୀଙ୍କ ଆଇନଗତ ଅଧିକାର ଉପରେ କେବେ ହେଲେ ପ୍ରତିବନ୍ଧକ ଲଗାଇ ପାରିବେ ନାହିଁ। ଏହାକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବା ଭାରତ ସରକାରଙ୍କର ଦାୟିତ୍ୱ ବୋଲି ସେ କହିଛନ୍ତି।
ସୋମବାର ଭାରତ ସରକାର ଟିକଟକ, ଶେୟାର ଇଟ, ହେଲୋ, ୟୁସି ବ୍ରାଉଜର ଭଳି ୫୯ଟି ଚାଇନିଜ ଆପକୁ ଦେଶରେ ବ୍ୟାନ କରିଥିଲେ। ଏହି ଆପଗୁଡ଼ିକ ଜରିଆରେ ଚାଇନା ଦେଶବାସୀଙ୍କ ତଥ୍ୟ ଚୋରି କରି ଏହାକୁ ଲିକ୍ କରୁଥିବା ଭାରତ ସରକାର କହିଛନ୍ତି।
ଆହୁରି ପଢ଼ନ୍ତୁ
[ad_2]