ଚାଇନା ସୀମାରେ ୩୨ଟି ରାସ୍ତା କାମ ସାରିବାକୁ ଭାରତର ନିଷ୍ପତ୍ତି


ନୂଆଦିଲ୍ଲୀ: ଭାରତ-ଚାଇନା ସୀମାରେ ପୂର୍ବଭଳି ରାସ୍ତାକାମ ଜାରି ରହିବ। ବିଶେଷ କରି ୩୨ଟି ରାସ୍ତା କାମ ପ୍ରକଳ୍ପକୁ ଯଥାଶୀଘ୍ର ଶେଷ କରିବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ସୀମାରେ ଭାରତ ରାସ୍ତା କାମ କରୁଥିବାରୁ ଏହାକୁ ଚାଇନା ଜୋରଦାର ବିରୋଧ କରିଥିଲା।
ଯାହାକୁ ନେଇ ଗଲୱାନ ଘାଟିରେ ଭାରତ ଓ ଚାଇନା ଯବାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ତଥାପି ଭାରତ ରାସ୍ତା କାମ ଶେଷ କରିବାକୁ ଘୋଷଣା କରିଛି।
ଆହୁରି ପଢ଼ନ୍ତୁ
ରାସ୍ତା କାମ ସମ୍ପର୍କରେ ସମୀକ୍ଷା କରିବା ପାଇଁ ଆଜି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଉଚ୍ଚସ୍ତରୀୟ ବୈଠକ ଡକାଯାଇଥିଲା। ଏଥିରେ ସେଣ୍ଟ୍ରାଲ ପବ୍ଲିକ ୱାର୍କ୍ସ ଡିପାର୍ଟମେଣ୍ଟ, ବର୍ଡର ରୋଡ୍ସ ଅର୍ଗାନାଇଜେସନ ଓ ଇଣ୍ଡୋ-ତିବ୍ବତ ବର୍ଡର ପୁଲିସ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।
ବୈଠକ ପରେ ଜଣେ ଅଧିକାରୀ କହିଛନ୍ତି, ଯଥାଶୀଘ୍ର ୩୨ଟି ରାସ୍ତାର ପ୍ରକଳ୍ପ କାମ ଶେଷ କରିବାକୁ ନିଷ୍ପତ୍ତି ହୋଇଛି। ଫାଷ୍ଟ ଟ୍ରାକ ପ୍ରକ୍ରିୟାରେ ଏହା ଶେଷ ହେବ। ଭାରତ ଓ ଚାଇନା ସୀମାରେ ୭୩ଟି ରାସ୍ତା କାମ କରାଯାଉଛି। ଏହା ମଧ୍ୟରୁ ସେଣ୍ଟ୍ରାଲ ପବ୍ଲିକ ୱାର୍କ୍ସ ଡିପାର୍ଟମେଣ୍ଟ ୧୨ଟି ଓ ବର୍ଡର ରୋଡ୍ସ ଅର୍ଗାନାଇଜେସନ ପକ୍ଷରୁ ୬୧ଟି ରାସ୍ତା ନିର୍ମାଣ କରାଯାଉଛି। ଏଗୁଡ଼ିକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ତଦାରଖ କରୁଛି।