ବିଦେଶ

ଚାଇନା ସୀମାରେ ୨୦ ଯବାନ ସହିଦ!

ନୂଆଦିଲ୍ଲୀ: ଭାରତ-ଚାଇନା ସୀମାରେ ୨୦ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ଲଦାଖର ଲାଇନ ଅଫ ଆକଚୁଆଲ କଣ୍ଟ୍ରୋଲରେ ବର୍ତ୍ତମାନ ସ୍ଥିତି ତିକ୍ତ ଅବସ୍ଥାରେ ଅଛି। ତେବେ ସହିଦଙ୍କ ସଂଖ୍ୟା ବାବଦରେ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ

ଏହି ସୂତ୍ରରୁ ଜଣାପଡ଼ିଛି ଗଲୱାନ ଉପତ୍ୟକାରେ ସୋମବାର ରାତିରେ ଦୁଇ ଦେଶର ସେନା ମଧ୍ୟରେ ହାତାହାତି ହୋଇଥିଲା। ପରେ ଏହା ଆହୁରି ତୀବ୍ର ହୋଇଥିବା କୁହାଯାଉଛି।

ପୂର୍ବରୁ କୁହାଯାଇଥିଲା ଏଥିରେ ଭାରତର ୩ ଜଣ ଯବାନ ସହିଦ ହୋଇଥିବା ବେଳେ ଚାଇନାର ୫ ଜଣ ଯବାନ ନିହତ ହୋଇଥିଲେ। କିନ୍ତୁ ବର୍ତ୍ତମାନ ନୂଆ ତଥ୍ୟ ଆସିଛି। ଚାଇନା ପକ୍ଷରୁ ୪୩ ଜଣ ମୃତାହତ ହୋଇଥିବା ମଧ୍ୟ ସୂଚନା ମିଳିଛି।

[ad_2]
Show More
Back to top button