ଚାଇନା ସହ ବଢ଼ୁଛି ତିକ୍ତତା, ଲେହ ଯାଇ ସ୍ଥିତି ସମୀକ୍ଷା କଲେ ସେନାଧ୍ୟକ୍ଷ

ନୂଆଦିଲ୍ଲୀ: ଲଦାଖ ସ୍ଥିତ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି) ନିକଟରେ ଏଇ କିଛିଦିନ ହେଲା ଭାରତ ଓ ଚାଇନା ମଧ୍ୟରେ ତିକ୍ତତା ଦେଖିବାକୁ ମିଳୁଛି। ଉଭୟ ଦେଶ ପରସ୍ପର ଉପରେ ଆକ୍ରମଣ କରିବାକୁ ସୁଯୋଗ ଅପେକ୍ଷାରେ ରହିଛନ୍ତି।

ଏସବୁ ଭିତରେ ସ୍ଥଳସେନା ମୁଖ୍ୟ ଜେନେରାଲ ଏମଏମ ନରଭାଣେ ଲେହ ଗସ୍ତ କରିଛନ୍ତି। ସେଠାରେ ସେ ଫିଲ୍ଡ କମାଣ୍ଡରମାନଙ୍କ ସହ ସୁରକ୍ଷା ସ୍ଥିତିର ସମୀକ୍ଷା କରିଛନ୍ତି। ଲେହରେ ଥିବା ବରିଷ୍ଠ ଫିଲ୍ଡ କମାଣ୍ଡରମାନଙ୍କ ସହ ନର୍ଦନ ଆର୍ମି କମାଣ୍ଡର ଲିଟ୍ୟୁନାଣ୍ଟ ଜେନେରାଲ ୱାଇକେ ଯୋଶୀ ଓ ୧୪ କ୍ରପ୍ସ ମୁଖ୍ୟ ଲିଟ୍ୟୁନାଣ୍ଟ ଜେନେରାଲ ହରିନ୍ଦର ସିଂହ ସେନାଧ୍ୟକ୍ଷଙ୍କୁ ସୁରକ୍ଷା ସ୍ଥିତି ସମ୍ବନ୍ଧରେ ସମସ୍ତ ତଥ୍ୟ ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ନିକଟରେ ଚାଇନା ପକ୍ଷରୁ ଅନେକ ଥର ସ୍ଥଳ ପଥରେ ଓ ଆକାଶ ପଥରେ ଭାରତୀୟ ସୀମାକୁ ପ୍ରବେଶ ପାଇଁ ଉଦ୍ୟମ ହୋଇଛି। ଏଥିପାଇଁ ଚାଇନା ଓ ଭାରତୀୟ ସେନା ମୁହାଁମୁହିଁ ମଧ୍ୟ ହୋଇଥିଲେ। ଇଷ୍ଟର୍ଣ୍ଣ ଲଦାଖର ପାନଗୋଙ୍ଗ ଲେକ ନିକଟରେ ମଧ୍ୟ ଭାରତ ଓ ଚାଇନା ସେନା ମଧ୍ୟରେ ମାରପିଟ ହୋଇଥିଲା।

ଉତ୍ତର ସିକ୍କିମରୁ ମଧ୍ୟ ସମାନ ଘଟଣା ସାମ୍ନାକୁ ଆସିଛି। ଏସବୁ ଦୃଷ୍ଟିରେ ରଖି ଜେନେରାଲ ନରଭାଣେ ଲେହ ଗସ୍ତ କରିଥିବା କୁହାଯାଉଛି।

[ad_2]
Exit mobile version