ଦେଶ

ଚାଇନା ସହ ଆଲୋଚନା ଫେଲ୍‌, ସୀମାକୁ ଅଧିକ ସଂଖ୍ୟକ ଯବାନ ପଠାଇଲା ଭାରତ

ନୂଆଦିଲ୍ଲୀ: ଭାରତ ଓ ଚାଇନା ସମ୍ପର୍କ ଦିନକୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି। ଦୁଇ ଦେଶ ମଧ୍ୟରେ ସୀମା ବିବାଦର ସମାଧାନ ପାଇଁ ହୋଇଥିବା ଏକାଧିକ ଦ୍ୱିପାକ୍ଷିକ ଆଲୋଚନା ଫେଲ ମାରିଥିବା ଜଣାପଡ଼ିଛି। ଆଲୋଚନା ଫେଲ ହେବାରୁ ଚାଇନାକୁ ସୀମାରେ ହିଁ ଜବାବ ଦେବା ପାଇଁ ଭାରତ ପକ୍ଷରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି।

ଚାଇନା ସୀମାରେ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀଙ୍କୁ ମୁତୟନ କରୁଥିବାରୁ ଭାରତ ମଧ୍ୟ ସମାନ ପଦକ୍ଷେପ ଗ୍ରହଣ କରିଛି। ଉଭୟ ଲଦାଖ ଓ ଉତ୍ତର ସିକ୍କିମ ସୀମାକୁ ଭାରତ ପକ୍ଷରୁ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀ ପଠାଯାଇଥିବା ଜଣାପଡ଼ିଛି।

ଭାରତୀୟ ସୀମାକୁ ଲାଗି ରହିଥିବା ଅଞ୍ଚଳରେ ଚାଇନା ୫ ହଜାରରୁ ଅଧିକ ସୈନ୍ୟ ମୁତୟନ କରିବା ସହ ଲଦାଖରେ ଏୟାବେସ ନିର୍ମାଣ କରିଛି। ସେହିପରି ଯୁଦ୍ଧ ବିମାନ ମଧ୍ୟ ଉଡ଼ାଇବାରେ ଲାଗିଛି। ଯଦି ଚାଇନା ପକ୍ଷରୁ କୌଣସି ପ୍ରକାରର ଅପ୍ରତୀକର ପରିସ୍ଥିତି ଉପୁଜେ, ତା’ହେଲେ ଏହାର ଜବାବ ଦେବାକୁ ଭାରତ ମଧ୍ୟ ପ୍ରସ୍ତୁତ ରହିଛି।

ଆହୁରି ପଢ଼ନ୍ତୁ

ଏଥିପାଇଁ ଭାରତ ପକ୍ଷରୁ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀ ପଠାଯାଇଥିବା ଜଣେ ଅଧିକାରୀ ନିଜ ନାଁ ଗୋପନ ରଖି କହିଛନ୍ତି। ସେ କହିଛନ୍ତି, ବିବାଦ ସୃଷ୍ଟି ହେବା ଦିନଠାରୁ ସୀମାରେ ଛକାପଞ୍ଝା ଲାଗି ରହିଛି। ଦିନକୁ ଦିନ ଚାଇନା ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରୁଥିବାରୁ ଏହାର ସମାଧାନ ପାଁ ବାଟ ଖୋଜା ଆରମ୍ଭ ହୋଇଥିଲା।

ଏଥିପାଇଁ ମେ’ ୨୨ ଓ ୨୩ ତାରିଖରେ ଉଭୟ ଦେଶର କୂଟନୀତିକ ଓ ସେନା ଅଧିକାରୀମାନେ ଆଲୋଚନା କରିଥିଲେ। ହେଲେ ଆଲୋଚନାରେ କୌଣସି ସୁଫଳ ମିଳିପାରି ନାହଁ। ଏହି କାରଣରୁ ଭାରତ ମଧ୍ୟ ଚାଇନା ଭଳି ସୀମାକୁ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀ ପଠାଇବ ସହ ବନ୍ଧୁକ ଓ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ନେଇଛି ବୋଲି ସେ କହିଛନ୍ତି।

ମେ’ ୫ରୁ ଏହି ଲଦାଖ ଓ ଉତ୍ତର ସିକ୍କିମରେ ଭାରତ ଓ ଚାଇନା ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ପ୍ରଥମେ ଲଦାଖ ସୀମାରେ ଭାରତ ଓ ଚାଇନା ସେନା ମାରପିଟ ହୋଇଥିଲେ। ଏହାର ୪ ଦିନ ପରେ ପୁଣିଥରେ ଉତ୍ତର ସିକ୍କିମ ସୀମାରେ ଦୁଇ ଦେଶ ମଧ୍ୟରେ ପ୍ରବଳ ପଥର ମାଡ଼ ହୋଇଥିଲା।

[ad_2]
Show More
Back to top button