ଦେଶ

ଚାଇନା ସମ୍ପର୍କରେ କିଛି ବି କହିଲେନି ମୋଦି, ୧୭ ମିନିଟ୍‌ରେ ଭାଷଣ ଶେଷ

ନୂଆଦିଲ୍ଲୀ: ଲଦାଖର ଗଲୱାନ ଉପତ୍ୟକା ସଂଘର୍ଷ ପରେ ପ୍ରଥମଥର ପାଇଁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ତେବେ ମୋଦି କେବଳ କରୋନା ପାଇଁ ଲୋକଙ୍କୁ ସତର୍କ ରହିବାକୁ କହିଥିବା ବେଳେ ନଭେମ୍ବର ମାସ ଯାଏ ମାଗଣା ରାସନ ଯୋଗାଇ ଦିଆଯିବ ବୋଲି କହିଛନ୍ତି।

କରୋନା ସଂକ୍ରମଣ ଦେଶରେ ପ୍ରବେଶ କରିବା ଦିନଠାରୁ ଆଜି ୬ଷ୍ଠଥର ପାଇଁ ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। କରୋନା ସହ ଚାଇନା ବିବାଦରେ ମୋଦି ଦେଶବାସୀଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବେ ବୋଲି କୁହାଯାଉଥିଲା। ହେଲେ ମୋଦି ଚାଇନା ବିବାଦ ସମ୍ପର୍କରେ ନିରବତା ଅବଲମ୍ବନ କରିଛନ୍ତି।

ରବିବାର ମନ୍ କି ବାତ୍‌ କାର୍ଯ୍ୟକ୍ରମରେ ମୋଦି ଚାଇନା ନାଁ ନେଇ ବେଜିଂକୁ ତୀବ୍ର ସମାଲୋଚନା କରିଥିଲେ। ଏପରି କି ଭାରତ ସୀମାରେ ପ୍ରବେଶ ପାଇଁ ଯିଏ ଉଦ୍ୟମ କରିବ, ତା’କୁ ଉଚିତ ଜବାବ ଦିଆଯିବ ବୋଲି ସେ କହିଥିଲେ। ହେଲେ ଆଜି ମୋଦି ଚାଇନା ସମ୍ପର୍କରେ ପଦୁଟିଏ ବି କହିନାହାନ୍ତି।

ଆହୁରି ପଢ଼ନ୍ତୁ

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମୋଦି ମାତ୍ର ୧୭ ମିନିଟ୍‌ ପାଇଁ ଉଦବୋଧନ ଦେଇଥିଲେ। ଏହାପୂର୍ବରୁ ସେ ଯେତେଥର ବି ଦେଶକୁ ସମ୍ବୋଧନ କରିଥିଲେ କେବେ ହେଲେ ଏତେ କମ୍‌ ସମୟରେ ନିଜର ଭାଷଣ ସାରି ନଥିଲେ। ତେଣୁ ଆଜିର ସ୍ୱଳ୍ପ ସମୟ ବିଶିଷ୍ଟ ଭାଷଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

ଆଜି ମୋଦି କରୋନା କିମ୍ବା ଚାଇନା ବିବାଦ ସମ୍ପର୍କରେ ମୋଦି କିଛି ବଡ଼ ଘୋଷଣା କରିବେ ବୋଲି ଆଶା କରାଯାଉଥିଲେ। ହେଲେ ମୋଦି କେବଳ ୫ ମାସ ଯାଏ ମାଗଣା ଚାଉଳ କିମ୍ବା ଗହମ ଓ ଡାଲି ମିଳିବ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button