ଦେଶ

ଚାଇନା ବିବାଦ ନେଇ ତଥ୍ୟ ରଖିଲା ଭାରତ, କହିଲା ପୂରା ଘଟଣା

ନୂଆଦିଲ୍ଲୀ: ଚାଇନା ସହ ଲଦାଖର ଗଲୱାନ ଭ୍ୟାଲିରେ ସୃଷ୍ଟି ହୋଇଥିବା ବିବାଦ ସମ୍ପର୍କରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ବିବୃତି ଜାରି କରାଯାଇଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, “ଭାରତ-ଚାଇନା ଇଷ୍ଟର୍ଣ୍ଣ ଲଦାଖରେ ସୃଷ୍ଟି ହୋଇଥିବା ଉତ୍ତେଜନାକୁ ହ୍ରାସ କରିବା ପାଇଁ ମିଲିଟାରୀ ଓ କୂଟନୀତିକ ସ୍ତରରେ ଆଲୋଚନା ଜାରି ରଖିଛନ୍ତି। ଜୁନ୍‌ ୬ରେ ବରିଷ୍ଠ କମାଣ୍ଡରମାନେ କରିଥିବା ଆଲୋଚନା ସକାରାତ୍ମକ ରହିଥିଲା। ଏହାପରେ ଗ୍ରାଉଣ୍ଡ କମାଣ୍ଡରସମାନେ ବି ଆଲୋଚନା କରିଛନ୍ତି।

ଆମର ଆଶା ସବୁ କିଛି ବେଶ ଭଲ ଭାବେ ଶେଷ ହେବ। ଚାଇନାର ସେନା ଗଲୱାନ ଭ୍ୟାଲିର ଏଲଏସିରୁ ପଛକୁ ଘୁଞ୍ଚି ଆଲୋଚନାରେ ହୋଇଥିବା ନିଷ୍ପତ୍ତିକୁ ସମ୍ମାନ ଜଣାଇବେ। ସେଠାକାର ସ୍ଥିତାବସ୍ଥାକୁ ବଦଳାଇବା ପାଇଁ ଚାଇନା ସେନା ସୋମବାର ରାତିରେ ଚେଷ୍ଟା କରି ସୀମା ଉଲ୍ଲଙ୍ଘନ କରିଥିଲେ।

ଆହୁରି ପଢ଼ନ୍ତୁ

ଏଥିପାଇଁ ଦୁଇ ଦେଶ ମଧ୍ୟରେ ହିଂସାତ୍ମକ ସ୍ଥିତି ସୃଷ୍ଟି ହୋଇଥିଲା। ଉଭୟ ପକ୍ଷର ମୃତାହତ ହୋଇଛନ୍ତି। ଉଚ୍ଚସ୍ତରରେ ଦୁଇ ଦେଶ ମଧ୍ୟରେ ହୋଇଥିବା ବୁଝାମଣା ଦ୍ୱାରା ଏପରି ସ୍ଥିତିକୁ ଏଡ଼ାଯାଇ ପାରିବ। ଭାରତ ସର୍ବଦା ଯାହା ବି କରେ, ତା’ର ସୀମା ମଧ୍ୟରେ କରିଥାଏ।

ଭାରତ କେବେ ହେଲେ ଏଲଏସି ଅତିକ୍ରମ କରେନାହିଁ। ଆମର ଆଶା ଚାଇନା ମଧ୍ୟ ସମାନ ନୀତି ଆପଣାଇବ। ସୀମାରେ ଶାନ୍ତି ସ୍ଥାପନ କରିବା ଆମର ଲକ୍ଷ୍ୟ। ଆଲୋଚନା ଦ୍ୱାରା ହିଁ ଏହା ସମ୍ଭବ। ଏହି ସମୟରେ ବି ଭାରତ ତା’ର ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ସମ୍ମାନ ଦେବ।

ଗଲୱାନ ଭ୍ୟାଲିରେ ଚାଇନା ଅଧିକ ଉତ୍ତେଜନା ସୃଷ୍ଟି କରି ସୀମା ଲଙ୍ଘିଥିଲା। ତେଣୁ ଏହାକୁ ଭାରତ ବିରୋଧ କରିଥିଲା। ଭାରତ ତା’ ସୀମାକୁ ନେଇ କୌଣସି ବୁଝାମଣା କରିବ ନାହିଁ।”

[ad_2]
Show More
Back to top button