ନୂଆଦିଲ୍ଲୀ: ଲଦାଖରେ ରକ୍ତାକ୍ତ ସଂଘର୍ଷ ପରେ ପ୍ରଥମଥର ପାଇଁ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ତାଙ୍କ ଚାଇନା ପ୍ରତିପକ୍ଷ ୱାଙ୍ଗ ୟି ପରସ୍ପର ସହ କଥା ହୋଇଛନ୍ତି। ଫୋନ ଯୋଗେ ଉଭୟ ଦୀର୍ଘ ଏକ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା କରିବା ସହ ବିବାଦର ସମାଧାନ କରିବାକୁ ରାଜି ହୋଇଛନ୍ତି।
ବେଜିଂ ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ସବୁ କିଛି ଠିକ ରହିଛି ଓ ଆଗକୁ ଉଭୟ ଦେଶ ନ୍ୟାୟ ସଂଗତ ଉପାୟରେ ଉତ୍ତେଜନା ହ୍ରାସ କରିବେ। ଆଲୋଚନା ହିଁ ବିବାଦ ସମାଧାନର ଏକମାତ୍ର ରାସ୍ତା ଏବଂ ଏଥିପାଇଁ ଉଭୟ ରାଜି ହୋଇଥିବା ଜଣାପଡ଼ିଛି। ଲଦାଖରେ କାହିଁକି ସ୍ଥିତି ଏପରି ବିଗିଡ଼ିଲା ସେ ସମ୍ପର୍କରେ ମଧ୍ୟ ଜୟଶଙ୍କର ଓ ୟି କଥା ହୋଇଛନ୍ତି।
ଆହୁରି ପଢ଼ନ୍ତୁ
ଅନ୍ୟପକ୍ଷରେ ରୟର୍ଟସକୁ ୟି କହିଛନ୍ତି, ଭାରତ ଲଦାଖ ସୀମାରେ ଉତ୍ତେଜନା ସୃଷ୍ଟି କରିବା ପାଇଁ ଦାୟୀ ଲୋକଙ୍କୁ କଠୋର ଦଣ୍ଡ ଦେବା ଦରକାର। ଏଥିସହ ନିଜର ସେନାକୁ ନିୟନ୍ତ୍ରଣ ମଧ୍ୟ ରଖୁ। ପରସ୍ପରକୁ ସୁହାଇଲା ଭଳି ବୁଝାମଣା ଭିତ୍ତିରେ ସମାଧାନ କରିବାକୁ ପ୍ରସ୍ତୁତ। ଖୁବଶୀଘ୍ର ଡି-ଏକ୍ସିଲେଟ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ କହିଛନ୍ତି।
ଏହାପୂର୍ବରୁ ଚାଇନାର ମୁଖପାତ୍ର କହିଥିଲେ ଯେ “ବୁଝାମଣା ଓ ଆଲୋଚନା ଦ୍ୱାରା ଦୁଇ ଦେଶ ବିବାଦର ସମାଧାନ କରିବେ। ଆମେ ଆଗକୁ ଅଧିକ ସଂଘର୍ଷ ଦେବାକୁ ଚାହୁଁନାହୁଁ। ଆମର ଆଶା ଭାରତ ମଧ୍ୟ ଅନୁରୂପ କଥା ଚିନ୍ତା କରୁଥିବ। ବିବାଦ ସୃଷ୍ଟିରେ ଅଯଥା କ୍ଷତି ହେବ।”