ଦୁର୍ଘଟଣା

ମର୍ମନ୍ତୁଦ ଦୁର୍ଘଟଣା, ଜଣେ ମୃତ ଜଣେ ଗୁରୁତର

ସତ୍ୟଶିଖା (ଭୁବନେଶ୍ୱର ) ୨୮.୦୯.୨୦୨୩ : ବସ୍ ବାଇକ୍ ମୁହା ମୁହିଁ ଧକ୍କା। ଜଣେ ମୃତ୍ୟୁବରଣ କରିଥିବାବେଳେ ଜଣେ ଗୁରୁତର ଥିବା ସୂଚନା। ସୂଚନା ଅନୁଯାଇ ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ 57 ନମ୍ବର। ରାଜ୍ୟ ରାଜପଥ ମହାଗବ ଛକ ଠାରେ ଦୃତ ଗତିରେ ସାହୁ ନାମକ ବସ୍ ଆସି ବାଇକ୍ କୁ ଧକ୍କା ଦେଇଥିଲା । ବାଇକରେ ଥିବା ଦୁଇଜଣ ଗୁରୁତର ହୋଇପଡିଥିଲେ। ଗୁରୁତର ଅବସ୍ଥାରେ କମର୍ଦ୍ଦା ପୋଲିସ ପହଞ୍ଚି ଜଳେଶ୍ଵରପୁର ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ନେଇ ଯାଇଥିଲେ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା।

ମୃତକଙ୍କ ପରିଚୟ ଚନ୍ଦନେଶ୍ୱର ବୋଲି  ସୂଚନା ମିଳିଥିଲା ବେଳେ ଗୁରୁତ ର ଜଣକ ଉଦୟପୁର ବୋଲି ଜଣାପଡିଛି l ଗୁରୁତ ର ଜଣକୁ ବାଲେଶ୍ୱର ମୁଖ୍ୟ ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଛି l ଅନ୍ୟପଟେ କମର୍ଦ୍ଦା ପୋଲିସ ବସ୍ ବାଇକ୍ କୁ ଜବଦ କରି ଅଧିକ ତଦନ୍ତ କରୁଛି।

 

Show More
Back to top button