

ସତ୍ୟଶିଖା ୦୮.୦୮.୨୦୨୦ : ଇଚ୍ଛାଶକ୍ତି ଆଗରେ ହାର ମାନିଲା ଦୃଷ୍ଟିହୀନତା । ସଫଳତାର ଶୀର୍ଷରେ ପହଂଚିବା ପାଇଁ ଥିବା ମନୋବଳ ଲାଗି ଭାରତୀୟ ପ୍ରଶାସନିକ ସେବାରେ ଆଜି କୃତକାର୍ଯ୍ୟ ହେଲେ ଦିବ୍ୟାଙ୍ଗ । ପୁଣି ଥରେ ପ୍ରମାଣ ହେଲା ଯେ, ଇଚ୍ଛାଶକ୍ତି ଆଗରେ ବାଧକ ସାଜିପାରେ ନାହିଁ କୌଣସି ପରିସ୍ଥିତି । କିଛି ପାଇବାକୁ ନିଜ ଭିତରେ ଜିଙ୍ଗ୍ୟାସା ଥିଲେ ସଫଳତାର ଶିଡି ଛଢିବାକୁ ବାସ କେହି ମୁହୂର୍ତ୍ତ ହିଁ ଲାଗିବା । ଆଉ ଆପଣା ଛାଏଁ ସଫଳତା ମିଳିବ । ଜଣେ ଦୃଷ୍ଟିଶକ୍ତି ନ ଥିବା ଦିବ୍ୟାଙ୍ଗ ପରୀକ୍ଷାର୍ଥୀ ସିଭିଲ୍ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ତାହା ପ୍ରମାଣ କରିଛନ୍ତି ।
୨୩ ବର୍ଷିୟ ଗୋକୁଲ୍ ନାମକ ଏହି ଯୁବକ ପିଲାଟି ଦିନରୁ ଦୁନିଆକୁ ଦେଖିବାର ସୁଯୋଗ ପାଇନାହାନ୍ତି । ତଥାପି ବି ସେ ହାରି ଯାଇନାହାନ୍ତି । ନିଜ ଇଚ୍ଛା ଶକ୍ତିକୁ ଦୃଢ଼ କରି ସଫଳତାର ନିକଟତର ହୋଇପାରିଛନ୍ତି । ପ୍ରଥମ ଉଦ୍ୟମରେ ଗୋକୁଲ୍ ସିଭିଲ୍ ସର୍ଭିସ୍ ରାଙ୍କ୍ ତାଲିକାରେ ସ୍ଥାନ ପାଇଛନ୍ତି । ସେ ଯେତେବେଳେ ନିଜର ପରୀକ୍ଷା ଫଳ ବିଷୟରେ ପ୍ରଥମେ ଶୁଣିବାକୁ ପାଇଲେ ସେତେବେଳେ ତାଙ୍କ ଖୁସିର ସୀମା ରହିଲା ନାହିଁ ବୋଲି ସେ ମତ ରଖିଛନ୍ତି । ଗୋକୁଲ୍ ମାର୍ ଇଭାନିୟସ୍ କଲେଜ୍ରେ ଇଂରାଜି ଓ ମାତୃଭାଷାରେ ସ୍ନାତକତ୍ତୋର କରିବା ସମୟରେ ସିଭିଲ୍ ସର୍ଭିସ ପାଇଁ ଚେଷ୍ଟା କରିଥିଲେ ଓ ତାଙ୍କ ଚେଷ୍ଟା ଶେଷରେ ସଫଳ ବି ହୋଇଛି ।
ଗୋକୁଲ୍ କେତେ ଜଣ ପ୍ରେରଣାଦାୟକ ଆଇଏଏସ୍ ଅଧିକାରୀଙ୍କ ବିଷୟରେ ଗଣମାଧ୍ୟମରୁ ଶୁଣିବା ପରେ ତାଙ୍କର ସିଭିଲ୍ ସର୍ଭିସ ପ୍ରତି ଆଗ୍ରହ ଆସିଥିଲା । ତାଙ୍କୁ ବି ଏପରି ଏକ କ୍ଷେତ୍ରରେ ରହି ଲୋକଙ୍କ ସେବା କରିବା ଉଚିତ ବୋଲି ସେ ଅନୁଭବ କରିଥିଲେ । କେବଳ ସେତିକି ନୁହେଁ, ପୂର୍ବରୁ କିଛି ଦିବ୍ୟାଙ୍ଗ୍ ସିଭିଲ୍ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଖବର ଗୋକୁଲ୍ଙ୍କୁ ଆହୁରି ପ୍ରେରଣା ଦେଇଥିଲା । ସେ ବିନା କୌଣସି କୋଚିଂରେ ପ୍ରଥମ ଥରରେ ସିଭିଲ୍ ସର୍ଭିସ ପରୀକ୍ଷାରେ କୃତକାର୍ୟ୍ୟ ହୋଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ତେବେ ଗୋକୁଲଙ୍କ ସଫଳତା ପରେ ତାଙ୍କୁ ଅନେକ ସ୍ଥାନରୁ ପ୍ରଶଂସା ଓ ଶୁଭେଚ୍ଛା ମିଳିଛୁ । ଯାହାକୁ ନେଇ ସେ ବେଶ ଖୁସିଥିବା କହିଛନ୍ତି । ଏହାସହ ସେ ପ୍ରମାଣ କରି ଦେଖାଇଛନ୍ତି ଯେ, ପରିସ୍ଥିତିର ଦ୍ୱାହି ଦେଇ ଯେଉଁ ମାନେ କିଛି କରିବାକୁ ପଛାଉଛନ୍ତି ତାହା ଭୁଲ ଏବଂ ମନରେ ଦୃଢ ଇଚ୍ଛାଶକ୍ତି ଥିଲେ କୌଣସି କାର୍ଯ୍ୟ ବି କରିହେବ ଯେତେ ବାଧାବିଘ୍ନ ଆସୁ ନା କାହିଁ ।