ରାଜ୍ୟଶିକ୍ଷା

ପରୀକ୍ଷା ବିଷୟରେ ସ୍ପଷ୍ଟ କଲା ସିବିଏସ୍‌ଇ

ସତ୍ୟଶିଖା (ଭୁବନେଶ୍ୱର) ୧୧/୧୨/୨୦୨୦ : ସିବିଏସ୍‌ଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନି । କେଉଁ ମାସ କିମ୍ବା ତାରିଖରେ ଥିଓରି ଓ ପ୍ରାକ୍ଟିକାଲ ପରୀକ୍ଷା ହେବ ସେନେଇ ବି କିଛି ଧାର୍ଯ୍ୟ କରାଯାଇ ନାହିଁ । ତେ‌ବେ କେତେକ ଗଣମାଧ୍ୟମ/ସାମାଜିକ ଗଣମାଧ୍ୟମରେ ମିଥ୍ୟା ଖବର ପ୍ରସାରିତ କରାଯାଇ ଛାତ୍ରଛାତ୍ରୀ, ଅଭିଭାବକଙ୍କୁ ବିଭ୍ରାନ୍ତି କରାଯାଉଛି । ସ୍କୁଲ କର୍ତୃପକ୍ଷ, ଛାତ୍ରଛାତ୍ରୀ ଓ ଅଭିଭାବକ ଏହା ଉପରେ ବିଶ୍ବାସ ନ କରିବାକୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ପକ୍ଷରୁ ଆଜି ପରାମର୍ଶ ଦିଆଯାଇଛି । ଆହୁରି କୁହାଯାଇଛି ‌ଯେ ବୋର୍ଡ ପକ୍ଷରୁ ପରୀକ୍ଷା ସମ୍ପର୍କରେ ଏଯାଏ କୌଣସି ବିଜ୍ଞପ୍ତି ଜାରି ହୋଇ ନାହିଁ । ପରୀକ୍ଷା ସମ୍ପର୍କରେ ସିବିଏସ୍‌ଇ ୱେବସାଇଟ୍‌ www.cbse.nic.in ରେ ଉଲ୍ଲେଖ କରାଯିବ । ତେଣୁ ଛାତ୍ରଛାତ୍ରୀ, ସ୍କୁଲ କର୍ତୃପକ୍ଷ ଓ ଅଭିଭାବକ ନିୟମିତ ଭାବେ ୱେବସାଇଟ୍‌ ଯାଞ୍ଚ କରନ୍ତୁ । ପରୀକ୍ଷା ସମ୍ପର୍କରେ ୱେବସାଇଟ୍‌ରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ତାହା ଚୂଡ଼ାନ୍ତ ବୋଲି କୁହାଯିବ । କରୋନା ମହାମାରୀ ସମୟରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମାନସିକତା ସମ୍ପର୍କରେ ବୋର୍ଡ ଅବଗତ ରହିଛି । ଏନେଇ ସିବିଏସ୍‌ଇର ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।

Show More
Back to top button