ଚକ୍‌ମା ଦେଇ ଛୁ ମାରିଲେ ‘କରୋନା’ ଆକ୍ରାନ୍ତ, ଚିନ୍ତା ପ୍ରକଟ କଲେ ତାରା ବାହିନୀପତି

ଜୟପୁର (ଟି.ଗୌରୀଶଙ୍କର): ହୋମ୍‌ କ୍ୱାରେଣ୍ଟାଇନ୍‌ରୁ ଛୁ’ ମାରିଲେ ‘କରୋନା’ ଆକ୍ରାନ୍ତ ଓ ତାଙ୍କ ପରିବାର। ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ଶୀଘ୍ର ତାଙ୍କୁ ଖୋଜି ବାହାର କରି ଚିକିତ୍ସା ସେବା ଯୋଗାଇବାକୁ କୋରାପୁଟ ଜିଲ୍ଲାପାଳଙ୍କୁ ଟ୍ୱିଟ୍‌ କରି ଅନୁରୋଧ କରିଛନ୍ତି ତାରା।

ଆଜି ୧୦୩ ନୂଆ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କୋରାପୁଟ୍‌ ଜିଲ୍ଲାରୁ ୬ ଜଣ ଅଛନ୍ତି। ସେହି ୬ ଜଣଙ୍କ ଭିତରେ ଜୟପୁର ଟାଉନ୍‌ ଜଣେ ବ୍ୟବସାୟୀ ଅଛନ୍ତି। ଗତ ୧୯ ତାରିଖରେ ସେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଫେରି ଜୟପୁର ସ୍ଥିତ ଘରେ ପହଞ୍ଚିଥିଲେ। ଏ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ଜାଣିପାରି ଘରେ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦେଇଥିଲେ। ଏପରିକି ତାଙ୍କର ରକ୍ତ ଓ ସ୍ୱାବ୍‌ ଟେଷ୍ଟ ପାଇଁ ପଠାଯାଇଥିଲା। ସ୍ୱାସ୍ଥ୍ୟ ବିଭାଗର ପରାମର୍ଶକୁ ମାନି ବ୍ୟବସାୟୀ ଜଣକ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଥିଲେ।

ଆହୁରି ପଢ଼ନ୍ତୁ

ଗତ ୨୪ ତାରିଖରେ ବ୍ୟବସାୟୀ ଜଣକ ପରିବାର ଲୋକଙ୍କ ସହ ଆନ୍ଧ୍ରର ଗୋଦାବରୀ ଜିଲ୍ଲାକୁ ନିଜ ସମ୍ପର୍କୀୟଙ୍କ ଘରକୁ ଚାଲି ଯାଇଛନ୍ତି। ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଖବର ଦେଇନାହାନ୍ତି। ଆଜି ଆସିଥିବା ରିପୋର୍ଟରେ ସେ ‘କରୋନା’ରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ିଯାଇଛି।

ଅନ୍ୟପକ୍ଷରେ ଏହି ଖବର ପ୍ରକାଶ ପାଇବା ପରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଚିନ୍ତା ପ୍ରକଟ କରିଛନ୍ତି। ସେ ଟ୍ୱିଟ୍‌ କରି କୋରାପୁଟ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ଯେ, ବିଶାଖାପାଟଣା ଜିଲ୍ଲାପାଳଙ୍କ ସହ କଥା ହୋଇ ସେଠାରେ ତାଙ୍କୁ ଚିକିତ୍ସା ସେବା ଯୋଗାଇଦିଆଯାଉ।

 



[ad_2]

Exit mobile version