ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବାତ୍ୟା ‘ଅମ୍ଫାନ’କୁ ନେଇ ହୋଇଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ପରିସ୍ଥିତିର ସମ୍ପୂର୍ଣ୍ଣ ସମୀକ୍ଷା କରିବା ସହ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନଡିଆରଏଫ) ପକ୍ଷରୁ କରାଯାଇଥିବା ପ୍ରସ୍ତୁତିର ମଧ୍ୟ ସମୀକ୍ଷା କରିଛନ୍ତି ।
Delhi: Prime Minister Narendra Modi holds meeting with Ministry of Home Affairs (MHA) & National Disaster Management Authority (NDMA) officials to review the situation arising out of #CycloneAmphan in different parts of the country. Home Minister Amit Shah also present. pic.twitter.com/cxR5rXbsGf
— ANI (@ANI) May 18, 2020
ଏନଡିଆରଏଫର ଯୋଜନା ସମ୍ପର୍କରେ ସୂଚନା ଦେଇ ଏହାର ମହାନିର୍ଦ୍ଦେଶକ କହିଛନ୍ତି ଯେ, ଘଟଣାସ୍ଥଳରେ ୨୫ଟି ଟିମ ମୁତୟନ ହୋଇଥିବା ବେଳେ ଆହୁରି ୧୨ଟି ଟିମକୁ ସଜାଗ ରଖାଯାଇଛି । ଏନଡିଆରଏଫର ଆହୁରି ୨୪ଟି ଟିମ ମଧ୍ୟ ଦେଶର ବିଭିନ୍ନ ସ୍ଥାନରେ ସମ୍ଭାବ୍ୟ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି। ବୈଠକରେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ, ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଶ୍ରୀ ପି.କେ ସିହ୍ନା, କ୍ୟାବିନେଟ ସଚିବ ଶ୍ରୀ ରାଜୀବ ଗୌବା ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଆହୁରି ପଢ଼ନ୍ତୁ
ଏହି ଝଡ଼ ପ୍ରଭାବରେ ସମୁଦ୍ରରେ ୪ରୁ ୫ମିଟର ଉଚ୍ଚର ଜୁଆର ଉଠିପାରେ ବୋଲି ଆଇଏମଡି ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପଶ୍ଚିମବଙ୍ଗର ଉପକୂଳ ଜିଲ୍ଲାରେ ଏହି ବାତ୍ୟା ଦ୍ୱାରା ବ୍ୟାପକ କ୍ଷୟକ୍ଷତି ଘଟିବାର ଆଶଙ୍କା ରହିଛି ।
ବାତ୍ୟା ପ୍ରଭାବିତ ଅଂଚଳରେ ଥିବା ଲୋକମାନଙ୍କୁ ସମ୍ପୂର୍ଣ୍ଣ ଭାବେ ସ୍ଥାନାନ୍ତର କରିବା ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯଥେଷ୍ଟ ପରିମାଣରେ ମହଜୁଦ କରି ରଖିବା ଲାଗି ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କ୍ଷୟକ୍ଷତି ଘଟିବା ପରେ ବିଦ୍ୟୁତ, ଟେଲି ଯୋଗାଯୋଗ ଭଳି ଜରୁରି ସେବା ପୁନଃକାର୍ଯ୍ୟକ୍ଷମ କରିବା ଲାଗି ଯଥେଷ୍ଟ ପ୍ରସ୍ତୁତି କରିବା ନିମନ୍ତେ ସମ୍ପୃକ୍ତ ବିଭାଗଗୁଡ଼ିକୁ ପରାମର୍ଶ ଦିଆଯାଇଛି । କୌଣସି ପ୍ରକାରର ବାଧା ଉପୁଜିଲେ ଯଥାସମୟରେ ଏବଂ ତୁରନ୍ତ ଏହିସବୁ ସେବା ଚାଲୁ କରିବା ନିମନ୍ତେ ପ୍ରସ୍ତୁତ ରହିବା ଲାଗି କୁହାଯାଇଛି ।
ଭାରତୀୟ ଉପକୂଳ ସୁରକ୍ଷା ବାହିନୀ ଏବଂ ନୌସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ପାଇଁ ଜାହାଜ ଓ ହେଲିକପ୍ଟର ପ୍ରସ୍ତୁତ ରଖାଯାଇଛି । ଏହିସବୁ ରାଜ୍ୟରେ ଥିବା ସ୍ଥଳସେନା ଓ ବାୟୁ ସେନା ୟୁନିଟ ଗୁଡ଼ିକୁ ମଧ୍ୟ ପ୍ରସ୍ତୁତ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।
ଓଡ଼ିଶା ଓ ପଶ୍ଚିମବଙ୍ଗରେ ଏନଡିଆରଏଫ ପକ୍ଷରୁ ୨୫ଟି ଦଳକୁ ପ୍ରସ୍ତୁତ ରଖାଯାଇଛି । ଏହାଛଡ଼ା ୧୨ଟି ଅତିରିକ୍ତ ଦଳକୁ ପ୍ରସ୍ତୁତ ରଖାଯାଇଛି । ଏହି ଦଳ ନିକଟରେ ଡଙ୍ଗା, ଗଛ କଟା ଯନ୍ତ୍ର, ଟେଲି ଯୋଗାଯୋଗ ସରଞ୍ଜାମ ଆଦି ମହଜୁଦ ରହିଛି । ଆଇଏମଡି ପକ୍ଷରୁ ସଦ୍ୟତମ ପୂର୍ବାନୁମାନ ତଥ୍ୟ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ନିୟମିତ ବୁଲେଟିନ ଜରିଆରେ ସୂଚନା ଦିଆଯାଉଛି । ଗୃହ ମନ୍ତ୍ରଣାଳୟ ମଧ୍ୟ ରାଜ୍ୟ ସରକାରଙ୍କ ସହିତ ନିୟମିତ ଯୋଗାଯୋଗରେ ଥିବା ଜଣାପଡ଼ିଛି।
[ad_2]