ରାଜ୍ୟ

ଘର ପ୍ରତିଷ୍ଠା ଭୋଜି ଆୟୋଜନ କରି ଗିରଫ ହେଲେ ବ୍ଲକ୍‌ ଅଧ୍ୟକ୍ଷ

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ‘କରୋନା’ର ସ୍ଥିତିକୁ ଦେଖି ସମଗ୍ର ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ଭୋଜି ଆୟୋଜନ ନକରିବାକୁ କୁହାଯାଇଥିଲା। ଯଦି ଭୋଜି ଆୟୋଜନ କରାଯାଏ, ତାହାହେଲେ ବେଶୀ ଲୋକଙ୍କୁ ନିମନ୍ତ୍ରଣ ନକରିବାକୁ ପରାମର୍ଶ ଦିଆଯାଇଥିଲା। ମାତ୍ର କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷ ମହାଶୟ ଏହି ନିୟମକୁ ଉଲ୍ଲଂଘନ କରି ଘର ପ୍ରତିଷ୍ଠା ଭୋଜିରେ ୧୦୦ରୁ ଅଧିକ ଲୋକଙ୍କୁ ନିମନ୍ତ୍ରଣ କରିଥିଲେ। ଆଉ ନିମନ୍ତ୍ରଣ ରକ୍ଷା କରି ଉତ୍ସବରେ ଲୋକମାନେ ସାମିଲ ହୋଇଥିଲେ। ହେଲେ ଭୁଲି ଯାଇଥିଲେ ସରକାରଙ୍କ ଆଇନ୍‌। ଲୋକମାନେ ପାଖାପାଖି ବସିଥିବା ଓ ଭୋଜି ଖାଉଥିବା ଦେଖିବାକୁ ମିଳିଥିଲା। ଯେଉଁଥିପାଇଁ ଆଜି ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷ ବନ୍ଧା ହୋଇଛନ୍ତି।

ଆହୁରି ପଢ଼ନ୍ତୁ

ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷ ବଳରାମ ପୂଜାରୀ ବେହେରା ଗାଁରେ ଏକ ଘର ନିର୍ମାଣ କରିଥିଲେ। ଆଜି ସେହି ଘରର ପ୍ରତିଷ୍ଠା ଉତ୍ସବ ଥିଲା। ସେଥିପାଇଁ ଘରେ ଜମିଥିଲା ବନ୍ଧୁ, ବାନ୍ଧବ ଓ ପ୍ରିୟଜନଙ୍କ ଭିଡ଼। ଅତିଥିଙ୍କ ପାଇଁ ହୋଇଥିଲା ଭବ୍ୟ ଆୟୋଜନ। ପ୍ରାୟ ୧୦୦ରୁ ଅଧିକ ପ୍ରିୟଜନ ସାମିଲ ହୋଇଥିଲେ। ଏସମ୍ପର୍କରେ ଜାଣିପାରି କୋକସରା ଥାନା ପୁଲିସ ବେହେରା ଗାଁରେ ପଚାରିଥିଲା। ଭୋଜି ଆୟୋଜନ ନେଇ ବଳରାମ ପୂଜାରୀଙ୍କୁ ନାନା ପ୍ରଶ୍ନ ପଚାରିଥିଲା। ପରେ ତାଙ୍କୁ ‘କରୋନା’ ଲକ୍‌ଡାଉନ୍‌ କଟକଣା ଉଲ୍ଲଂଘନ କରିବା ଅଭିଯୋଗରେ ଗିରଫ କରିଛି।

[ad_2]
Show More
Back to top button