ଘର ତିଆରି ମାସ୍କ ବ୍ୟବହାର ପାଇଁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ: କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ମାସ୍କ ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସମସ୍ତ ଲୋକଙ୍କୁ ମୁହଁ ଘୋଡ଼େଇ ରଖିବାକୁ ସେ କହିଛନ୍ତି। ଏଥିପାଇଁ ଘରେ ତିଆରି ହୋଇପାରୁଥିବା ମାସ୍କ ବ୍ୟବହାର କରିବା ପାଇଁ ଆହ୍ୱାନ କରିଛନ୍ତି। ସୋମବାର ବିଜେପିର ପ୍ରତିଷ୍ଠା ଦିବସ ଅବସରରେ ସେ ଏଭଳି କହିଛନ୍ତି। ଘରେ ତିଆରି ହୋଇଥିବା ମାସ୍କ ପିନ୍ଧି ନିଜକୁ ସୁରକ୍ଷିତ ରଖିବା ସହିତ ଅନ୍ୟକୁ ସୁରକ୍ଷିତ ରଖିହେବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ

ଘରେ ବାହାରକୁ ବାହାରିଲା ବେଳେ ଏଭଳି ମାସ୍କ ପିନ୍ଧିବା ଦରକାର ବୋଲି ସେ କହିଛନ୍ତି। ଡାକ୍ତର ଏବଂ ନର୍ସ ଯେଉଁ ମାସ୍କ ବ୍ୟବହାର କରୁଛନ୍ତି ତାହା ବ୍ୟବହାର କରିବା ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି।

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୦୬୭ରେ ପହଞ୍ଚିଥିବା ବେଳେ ୧୦୯ ଜଣଙ୍କର ମୃତ୍ୟୁ ହୋଇଛି।  ୩,୬୬୬ ଜଣ ଚିକିତ୍ସିତ ହେଉଥିବା ବେଳେ ୨୯୧ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇସାରିଲେଣି। ସବୁଠୁ ଅଧିକ ଆକ୍ରାନ୍ତ ମହାରାଷ୍ଟ୍ରର ହୋଇଥିବା ବେଳେ ତାମିଲନାଡୁ ଓ ଦିଲ୍ଲୀ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟରେ ରହିଛନ୍ତି। ଆଜି ସକାଳ ୯ଟା ସୁଦ୍ଧା ଏହି ତଥ୍ୟ ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

[ad_2]
Exit mobile version