ଘରେ ରହି ପାଠ ପଢ଼ିବାକୁ ପରାମର୍ଶ ଦେଲେ ମନ୍ତ୍ରୀ

ଭୁବନେଶ୍ୱର(ସତ୍ୟଶିଖା): ଜୁନ ୧୫ ତାରିଖରୁ ସ୍କୁଲ୍‌ରେ ପୁଣି ଆରମ୍ଭ ହେବ ମଧ୍ୟାହ୍ନ ଭୋଜନ। ୩ ମାସର ମଧ୍ୟାହ୍ନ ଭୋଜନ ବ୍ଲକ୍‌ ଜରିଆରେ ପଠାଇ ଦିଆଯାଇଛି। ପ୍ରଥମରୁ ଅଷ୍ଟମ ଯାଏ ବହି ମଧ୍ୟ ବ୍ଲକସ୍ତରରେ ପହଞ୍ଚି ସାରିଛି। ‘କରୋନା’ ଭୟାବହତା ଥମିବା ପରେ ବହି ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି। ନୂଆ ଶିକ୍ଷାବର୍ଷକୁ ଯିବା ପୂର୍ବରୁ ପିଲାମାନେ ଘରେ ରହି ପାଠ ପଢ଼ା ଜାରି ରଖିବାକୁ ସେ ପରାମର୍ଶ ଦେଇଛନ୍ତି। ନବମ ଶ୍ରେଣୀର ବାକି ଥିବା ଗୋଟିଏ ବିଷୟରେ ପରୀକ୍ଷା ନେଇ ଖୁବ୍‌ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ

‘କରୋନା’ ପାଇଁ ସବୁ ସ୍କୁଲ ବନ୍ଦ ରହିଛି। ପାଠ ପଢ଼ିବାରୁ ବଞ୍ଚିର ରହିଛନ୍ତି ଛାତ୍ରଛାତ୍ରୀ। ତେବେ କେତେକ ଘରୋଇ ସ୍କୁଲ ଅନ୍‌ଲାଇନ୍‌ରେ ପିଲାମାନଙ୍କୁ ପାଠ ପଢ଼ା ଆରମ୍ଭ କରିଛନ୍ତି। ପିଲାମାନେ ମଧ୍ୟ କମ୍ପ୍ୟୁଟର, ଲାପ୍‌ଟପ୍‌ ଓ ମୋବାଇଲ ମାଧ୍ୟମରେ ନିଜର ଡାଉଟ୍ସ କ୍ଲିଅର କରୁଛନ୍ତି। ଏହା କେବଳ ରାଜଧାନୀ ଭୁବନେଶ୍ୱରରେ ସମ୍ଭବପର ହୋଇଛି। ମାତ୍ର ଭିତ୍ତିଭୂମି ନଥିବା ରାଜ୍ୟ ଅନ୍ୟ ସହରରେ ସମ୍ଭବପର ହୋଇନାହିଁ। ଏପରି ସ୍ଥିତିରେ ସରକାରୀ ଓ ଭିତ୍ତିଭୂମି ନଥିବା ସ୍କୁଲର ପିଲାମାନଙ୍କ ଭବିଷ୍ୟତ କଣ ହେବ? ସେହି ଚିନ୍ତାରେ ଏବେ ଅଭିଭାବକ।

[ad_2]
Exit mobile version