ଦେଶ

ଘରୋଇ ବିମାନ ଯାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଗାଇଡ୍ ଲାଇନ୍ ଜାରି କରିପାରିବେ

ନୂଆଦିଲ୍ଲୀ: ସୋମବାର ପାଖରୁ ଘରୋଇ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ସେହିପରି ଜୁନ୍ ୧ରୁ ରେଳ ସେବା ଆରମ୍ଭ ହେବ। ଏହାକୁ ନଜରରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ରବିବାର ବିମାନ, ଟ୍ରେନ୍ କିମ୍ବା ଆନ୍ତଃ ରାଜ୍ୟ ବସ୍ ମାଧ୍ୟମରେ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଗାଇଡ୍ ଲାଇନ୍ ଜାରି ରହିଛି।

ଏଥିସହିତ ରାଜ୍ୟ ସରକାର ଏହି ଯାତ୍ରୀ ମାନଙ୍କ ପାଇଁ ନିଜସ୍ୱ କ୍ୱାରେଣ୍ଟାଇନ୍ କେନ୍ଦ୍ର ଏବଂ ଗାଇଡ୍ ଲାଇନ୍ ତିଆରି କରିପାରିବେ ବୋଲି କେନ୍ଦ୍ର ସରକାର କହିଛି।

ଆହୁରି ପଢ଼ନ୍ତୁ

ଏଥିସହିତ ଯାତ୍ରୀମାନଙ୍କ ପାଇଁ କେନ୍ଦ୍ର ସରକାର ଗାଇଡଲାଇନ ଜାରି କରିଛନ୍ତି।

  • ଯାତ୍ରୀମାନେ ସାମାଜିକ ଦୂରତା ଅନୁସରଣ କରିବା ସହିତ ମାସ୍କ ପିନ୍ଧିବା ଜରୁରୀ।
  • ସମସ୍ତ ଯାତ୍ରୀ ଆରୋଗ୍ୟ ସେତୁ ମୋବାଇଲ୍ ଆପ୍ ମୋବାଇଲରେ ଇନଷ୍ଟଲ କରିବାକୁ ପଡ଼ିବ।
  • ବିମାନ ବନ୍ଦର, ରେଳ ଷ୍ଟେସନ, ବସ୍ ଷ୍ଟାଣ୍ଡରେ ପାଳନ କରାଯିବାକୁ ଥିବା ସତର୍କତାମୂଳକ ପଦକ୍ଷେପ ସହିତ କରୋନା ବାବଦରେ ଘୋଷଣା କରିବାକୁ ହେବ।
  • ସମସ୍ତ ଯାତ୍ରୀ ବିମାନରେ ଚଢ଼ିବା ପୂର୍ବରୁ ଥର୍ମାଲ୍ ସ୍କ୍ରିନିଂ କରିବାକୁ ହେବ।
  • ବିମାନ ଯାତ୍ରା ବେଳେ ସମସ୍ତ ଯାତ୍ରୀ ଫେସ୍ କଭର ବା ମାସ୍କ ବ୍ୟବହାର କରିବେ।
  • ବିମାନବନ୍ଦର, ରେଳ ଷ୍ଟେସନ, ବସ୍ ଷ୍ଟାଣ୍ଡରେ ସାମାଜିକ ଦୂରତା ନିଶ୍ଚିତ କରିବାକୁ ହେବ।
  • ବିମାନବନ୍ଦର, ରେଳ ଷ୍ଟେସନ୍, ବସ୍ ଷ୍ଟାଣ୍ଡରେ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ହେବ। ଏଥିସହିତ ବାରମ୍ୱାର ସାବୁନ୍ ଏବଂ ସାନିଟାଇଜର ଜରିଆରେ ବିଶୋଧନ କରିବାକୁ ହେବ।
  • ବିମାନରୁ ଓହ୍ଲାଇବା ବେଳେ ଥର୍ମାଲ୍ ସ୍କ୍ରିନିଂ ବ୍ୟବସ୍ଥା ରହିବ।
  • ୧୪ ଦିନ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଉପରେ ନଜର ରଖିବେ। କୌଣସି ଲକ୍ଷଣ ଦେଖାଗଲେ ଜିଲ୍ଲା ଅଧିକାରୀ କିମ୍ବା କଲ୍ ସେଣ୍ଟର (୧୦୭୫) କୁ ଜଣାଇବେ।
  • ଦେଶରେ ଏବେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଜାରି ରହିଥିବାବେଳେ କିଛି ନିୟମରେ କୋହଳ କରାଯାଇ ଦୁଇ ମାସ ହେବ ବନ୍ଦ ଥିବା ଅର୍ଥନୀତିକ ବ୍ୟବସ୍ଥା ଖୋଲିବାକୁ ଆରମ୍ଭ କରିଛନ୍ତି ସରକାର।
[ad_2]
Show More
Back to top button