ଦେଶ

ଘରକୁ ଫେରିଲେ ମେହେବୁବା ମୁଫତି, ତଥାପି ଅଟକ ରହିବେ

ଶ୍ରୀନଗର: ଅଗଷ୍ଟ ୪ ତାରିଖରୁ ଗେଷ୍ଟ ହାଉସରେ ଅଟକ ଥିବା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତିଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଗେଷ୍ଟ ହାଉସରୁ ଆଜି ତାଙ୍କୁ ପ୍ରଶାସନ ପକ୍ଷରୁ ତାଙ୍କ ଘରକୁ ସ୍ଥାନାନ୍ତର କରାଯାଇଛି। ଘରକୁ ସ୍ଥାନାନ୍ତର ହୋଇଥିଲେ ହେଁ ମୁଫତି ଅଟକ ବା ଗୃହବନ୍ଦୀ ହୋଇ ରହିବେ।

ଆହୁରି ପଢ଼ନ୍ତୁ

ଜମ୍ମୁ-କଶ୍ମୀରରୁ କେନ୍ଦ୍ର ସରକାର ଅଗଷ୍ଟ ୫ରେ ଧାରା ୩୭୦କୁ ଉଚ୍ଛେଦ କରିବା ସହ ଏହାକୁ ଦୁଇ ଭାଗରେ ବିଭକ୍ତ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ମୁଫତିଙ୍କ ସମେତ ଏକାଧିକ ରାଜନେତାଙ୍କୁ ପ୍ରଶାସନ ଅଟକ ରଖିଥିଲା।

ପର୍ଯ୍ୟାୟକ୍ରମେ ଜଣଙ୍କ ପରେ ଜଣେ ରାଜନେତାଙ୍କୁ ଛାଡ଼ କରାଯାଉଛି। ହେଲେ ମୁଫତିଙ୍କୁ ଏଯାଏ ଅଟକବାସରୁ ନିସ୍ତାର ମିଳିନାହିଁ। ତାଙ୍କୁ ପ୍ରଶାସନ ପିଏସଏ ବଳରେ ଅଟକ ରଖିଛି। ମୁଫତିଙ୍କ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ଫାରୁକ ଅବଦୁଲ୍ଲା ମଧ୍ୟ ଅଟକ ରହିଥିଲେ। ହେଲେ କିଛି ଦିନ ତଳେ ସେମାନଙ୍କୁ ଅଟକବାସରୁ ମୁକ୍ତି ମିଳିଛି।

[ad_2]
Show More
Back to top button