ଗୋ’ ଚାଲାଣରେ ପୁଲିସ ସାଜିଛି ମଧ୍ୟସ୍ଥି!

ଖୋର୍ଦ୍ଧା (ବଳରାମ ଲେଙ୍କା): ଦିନରେ ଲୋକଙ୍କ ଅଭିଯୋଗ ଆଧାରରେ ଜବତ ହୋଇଥିଲେ ଗୋରୁ। ହେଲେ ଗୋ’ଶାଳା ବଦଳରେ ଜନବସତି ନିକଟରେ ଛାଡିଦେଇ ପୁଣି ରାତି ଅଧରେ ମାଫିଆଙ୍କୁ ଗୋରୁ ଦେଇଦେଉଛି ପୁଲିସ୍। ଏଭଳି ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ପୁଲିସ ବିରୋଧରେ। ଏନେଇ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ

ଗତ ୧୪ ତାରିଖରେ କଡ଼ବ ଗାଁରୁ ପୁଲିସ ୫୦ଟି ଗୋରୁ ଜବତ କରି ବେଗୁନିଆ ନିକଟରେ ଛାଡିଦେଇଥିଲା। ଗୋରୁ ଗୁଡିକୁ ସ୍ଥାନୀୟ ଲୋକେ ଓ କ୍ଲବ ପିଲା ଖାଇବାକୁ ପିଇବାକୁ ଦେଇ ରଖିଥିଲେ। ତେବେ ୧୬ ତାରିଖ ରାତିରେ ଗୋରୁ ମାଫିଆଙ୍କ ସହ ବେଗୁନିଆ ଥାନାର ଜଣେ କନଷ୍ଟେବଳ ତଳସାହିରେ ପହଞ୍ଚି ଲୋକଙ୍କୁ ଧମକ ଦେଇ ବନ୍ଧା ହୋଇଥିବା ଗୋରୁଙ୍କୁ ଫିଟାଇ ନେଇ ଯାଇଥିଲେ। ଯାହାର ଭିଡିଓ ମୋବାଇଲରେ ରେକର୍ଡ ହୋଇଛି। କନଷ୍ଟେବଳ ଜଣଙ୍କ ରେକଡିଂ ହେଉଥିବା ମୋବାଇଲ ଭାଙ୍ଗି ଦେବାକୁ ଉଦ୍ୟମ କରିଥିବା ଦେଖିବାକୁ ମିଳୁଛି। ଏନେଇ ଥାନାରେ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ।

ଏହାସହିତ ୧୭ ତାରିଖରେ ଆଉ ୫ଟି ଗୋରୁ ପୁଲିସ ଜବତ କରିଥିବା ବେଳେ ସେଥିରୁ ୩ଟି ଗୋ’ଶାଳାକୁ ଯାଇଥିବା ରେକର୍ଡ ରହିଥିବା ବେଳେ ବାକି ୨ଟି ଗୋରୁ କୁଆଡେ ଗଲା? ସେନେଇ ପୁଲିସ କିଛି କହୁନଥିବା ଅଭିଯୋଗ ହୋଇଛି। ସେପଟେ ଘଟଣାର ତଦନ୍ତ କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଖୋର୍ଦ୍ଧା ଏସ୍‌ପି।

[ad_2]
Exit mobile version