ରାଜ୍ୟ
ଗୋଷ୍ଠୀ ସଂଘର୍ଷ; ଚାରି ଗିରଫ | Satyasikha


ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାଉରକେଲା ବାସନ୍ତି କଲୋନୀରେ ବୁଧବାର ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇଛି। ଏଥିରେ ଗୋଟିଏ ଗୋଷ୍ଠୀର ଦୁଇ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଆହୁରି ପଢ଼ନ୍ତୁ
ପୁଲିସ ଉଭୟ ପକ୍ଷରୁ ଚାରି ଜଣଙ୍କୁ ଗିରଫ କରିବା ସହ ଦୁଇଟି ପୃଥକ ମାମଲା ରୁଜୁ କରିଛି। ଗଣ୍ଡଗୋଳ ସମୟରେ ବ୍ୟବହୃତ ଏକ ପିସ୍ତଲ ମଧ୍ୟ ପୁଲିସ ଜବତ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗଣ୍ଡଗୋଳ ହୋଇଥିବା କୁହାଯାଉଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।