ରାଜ୍ୟ

ଗୋଦାମ ଘରୁ ଉଦ୍ଧାର ହେଲା ଶିଶୁ ପୁତ୍ର

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ହୁମ୍ମା ହାଟ ନିକଟ ଏକ ଗୋଦାମ ଘରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି।  ଶିଶୁଟିର କାନ୍ଦ ଶୁଣି ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରିଥିବା ଜଣାଯାଇଛି। ତେବେ କିଏ ଓ କାହିଁକି ଶିଶୁଟିକୁ ରାସ୍ତାରେ ଛାଡ଼ି ଦେଇ ପଳାଇଲା, ସେ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।

ଆହୁରି ପଢ଼ନ୍ତୁ

ଶିଶୁଟିକୁ ଉଦ୍ଧାର ପରେ ସ୍ଥାନୀୟ ଲୋକେ ତାକୁ ହୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ନ ଥିବାରୁ ଶିଶୁଟିକୁ ଛତ୍ରପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ତା’ ସ୍ୱାସ୍ଥ୍ୟାବସ୍ଥା ଠିକ ଥିବା ଜଣାପ଼ଡିଛି । ତେବେ କିଏ ଓ କେଉଁ ପରିସ୍ଥିତିରେ ଶିଶୁପୁତ୍ରଟିକୁ ଫୋପାଡ଼ି ଦେଇ ପଳାଇଲା ତାହା ସ୍ପଷ୍ଟ ହୋଇନାହିଁ ।

ଲକ୍‌ଡାଉନ୍‌ ଯୋଗୁଁ ବହୁ ପ୍ରବାସୀ ଶ୍ରମିକ ଚାଲି ଚାଲି ଯାଉଥିବାରୁ କେହି ଶିଶୁଟିକୁ ଛାଡି ଚାଲି ଯାଇଥିବା ସନ୍ଦେହ କରାଯାଉଛି ।

[ad_2]
Show More
Back to top button