ଗୋଟିଏ ଭିଡିଓରେ ଡ୍ରାଭିଡଙ୍କ ଠାରୁ ବିରାଟ, ଘର ତିଆରି ମାସ୍କ ପିନ୍ଧିବାକୁ ସଚେତନ କଲେ


ନୂଆଦିଲ୍ଲୀ: ମହାମାରୀ କରୋନା ବିଷୟରେ ଲୋକଙ୍କ ସଚେତନ କରିବା ପାଇଁ କ୍ରିକେଟ କମ୍ବଦନ୍ତୀ ସଚିନ ତେନ୍ଦୁଲକର, ରାହୁଲ ଡ୍ରାଭିଡ ଓ ସୌରଭ ଗାଙ୍ଗୁଲିଙ୍କ ଭଳି କ୍ରିକେଟରମାନେ ହାତ ତିଆରି ମାସ୍କ ପିନ୍ଧିଛନ୍ତି। ଏନେଇ ବିସିସିଆଇ ଏକ ଭିଡିଓ ଜାରି କରିଛି।
ବିସିସିଆଇ ପକ୍ଷରୁ ଟିମ ଇଣ୍ଡିଆ ପରି ଦେଶବାସୀଙ୍କୁ କରୋନା ବିରୋଧରେ ଏକାଠି ଲଢ଼େଇ କରିବାକୁ ହେବ ବୋଲି ମଧ୍ୟ କହିଛନ୍ତି। ଏଥିପାଇଁ #TeamIndia is now #TeamMaskForce! ନାଁରେ ସୋଶାଲ ମିଡିଆରେ ଅଭିଯାନ ଆରମ୍ଭ କରିଛି।
ଏହି ଭିଡିଓରେ ୧୦ ଜଣ ପୁରୁଷ ଓ ମହିଳା କ୍ରିକେଟର ରହିଛନ୍ତି। ସମସ୍ତେ ଦେଶବାସୀଙ୍କୁ କରୋନା ବିରୋଧରେ ଲଢ଼େଇ କରିବାକୁ ସଚେତନ କରୁଛନ୍ତି। ହାତ ତିଆରି ମାସ୍କ ବ୍ୟବହାର କରି ପରିଧାନ କରିବାକୁ ଏହି ଭିଡିଓରେ ଗୁରୁତ୍ୱ ଦିଆଯାଇଛି।
ଏହି ମାସ୍କ ଗୁଡ଼ିକରେ ଖେଳାଳିଙ୍କ ନାଁର ପ୍ରଥମ ଅକ୍ଷର ମଧ୍ୟ ରହିଛି। ଉହାହରଣ ସ୍ୱରୂପ ବିରାଟ କୋହଲିଙ୍କ ମାସ୍କରେ ’ଭି’, ଗାଙ୍ଗୁଲିଙ୍କ ମାସ୍କରେ ଦାଦା ଓ ରାହୁଲ ଡ୍ରାଭିଡଙ୍କ ମାସ୍କରେ ୱାଲ ଖୋଦେଇ ହୋଇଛି।
ଭିଡିଓ ଆରମ୍ଭରୁ ବିରାଟ କୋହଲି ରହିଛନ୍ତି। ଏଥିରେ ସେ ଟିମ ମାସ୍କ ଫୋର୍ସର ସୂଚନା ଦେଇଛନ୍ତି। ଏହାପରେ ଗାଙ୍ଗୁଲି ଆସୁଛନ୍ତି। ସେ କହୁଛନ୍ତି ଏହି ଫୋର୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ବିରୋଧରେ ଲଢ଼େଇ କରିଥିବା ଟାକ୍ସ ଫୋର୍ସ ଭଳି। ଗାଙ୍ଗୁଲିଙ୍କ ପରେ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରହିଛନ୍ତି। ସେ ୧୩୦ କୋଟି ଭାରତୀୟ ସେମାନଙ୍କ ଘରେ ମାସ୍କ ଫୋର୍ସ ତିଆରି କରିବା ଦରକାର ବୋଲି କହିଛନ୍ତି।
ଆହୁରି ପଢ଼ନ୍ତୁ
#TeamIndia is now #TeamMaskForce!
Join #IndiaFightsCorona and download @mygovindia‘s @SetuAarogya mobile application 📱@PMOIndia @narendramodi 🇮🇳 pic.twitter.com/M06okJhegt
— BCCI (@BCCI) April 18, 2020
ପରେ ଟିମ ଇଣ୍ଡିଆର ଉପ ଅଧିନାୟକ ରୋହିତ ଶର୍ମା କହିଛନ୍ତି, “ମାସ୍କ ଫୋର୍ସରେ ସାମିଲ ହେବା ବେଶ ସହଜ। ଆପଣମାନେ ଘରେ ରହି ନିଜ ପାଇଁ ଅନ୍ୟମାନଙ୍କ ପାଇଁ ମାସ୍କ ତିଆରି କରିପାରିବେ। ଯେମିତି ମୁଁ ମୋ ନିଜ ପାଇଁ କରିଛି।”
ଭେଟରାନ ସ୍ପିନର ହରଭଜନ ନିଜର ମାସ୍କର ଟର୍ବାନ ପ୍ରିଣ୍ଟ ହୋଇଥିବା ଦେଖାଉଛନ୍ତି। ମହିଳା ଟିମ ଅଧିନାୟକ ହରମନପ୍ରୀତ କୌରଙ୍କ ମାସ୍କରେ ଏକ ବ୍ୟାଟ ରହିଛି ଏବଂ ଏଥିରେ ଡେଣା ଲାଗିଛି।
ଆମେ ମାନେ ବାହାରକୁ ବାହାରିଲା ବେଳେ ଏହି ମାସ୍କ ପିନ୍ଧିବା ବୋଲି ଡ୍ରାଭିଡ କହିଛନ୍ତି। ବୀରେନ୍ଦ୍ର ସେହୱାଗଙ୍କ ମାସ୍କରରେ ଭାଷ୍ୟକାରଙ୍କ ମାଇକ ରହିଛି। ମିତାଲି ରାଜ କଟନ କପଡ଼ାରେ ମାସ୍କ ତିଆରି କରିବାକୁ କହିଛନ୍ତି।
ଭିଡିଓ ଶେଷରେ ସଚିନ ତେନ୍ଦୁଲକର ଆସୁଛନ୍ତି। ସେ ୧୦ ନଂ ଲେଖାଥିବା ମାସ୍କ ପିନ୍ଧିବା ସହ ଲୋକଙ୍କୁ ମାସ୍କ ଫୋର୍ସରେ ସାମିଲ ହେବାକୁ କହିଛନ୍ତି।
[ad_2]