ଗୁରୁତର ରୋଗୀଙ୍କୁ ଚିକିତ୍ସା ନକରି ରେଫର କଲେ ରଦ୍ଦ ହେବ ହସ୍ପିଟାଲ ପଞ୍ଜୀକରଣ

ଭୁବନେଶ୍ୱର(ସତ୍ୟଶିଖା): କରୋନା ସଂକ୍ରମଣ ଆଶଙ୍କାରେ ଏବେ ହସ୍ପିଟାଲମାନେ ଗୁରୁତର ରୋଗୀମାନଙ୍କୁ ଚିକିତ୍ସା ନକରି ଫେରାଇ ଦେଉଥିବାରୁ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାର ଚେତାବନୀ ଦେଇଛନ୍ତି। ଏପରିକି ସମ୍ପୃକ୍ତ ହସ୍ପିଟାଲର ପଞ୍ଜୀକରଣ ମଧ୍ୟ ବାତିଲ କରାଯାଇପାରେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ

ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ଅନେକ ଘରୋଇ ହସ୍ପିଟାଲ ଓ ନର୍ସିଂହୋମଗୁଡ଼ିକ ଏବେ ରୋଗୀଙ୍କୁ ଚିକିତ୍ସା ପାଇଁ ବାରଣ କରୁଛନ୍ତି ଓ ଅନ୍ୟ ହସ୍ପିଟାଲକୁ ରେଫର କରୁଛନ୍ତି। ତେବେ ଓଡ଼ିଶା କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ ଅନ୍ତର୍ଗତ ସମ୍ପୃକ୍ତ ହସ୍ପିଟାଲଗୁଡ଼ିକ ଗୁରୁତର ରୋଗୀଙ୍କୁ ନିଜର ଉପଲବ୍ଧ ଚିକିତ୍ସା ବ୍ୟବସ୍ଥା ଓ ମାନବ ସମ୍ବଳ ଆଦିକୁ ଉପଯୋଗ କରି ରୋଗୀର ଅବସ୍ଥା ନିୟନ୍ତ୍ରଣକୁ ଆସିବା ପର୍ଯ୍ୟନ୍ତ ଆବଶ୍ୟକୀୟ ଚିକିିତ୍ସା ଯୋଗାଇ ଦେବାକୁ ବାଧ୍ୟ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଯଦି କୌଣସି ହସ୍ପିଟାଲ ଏହି ନିର୍ଦ୍ଦେଶକୁ ଅମାନ୍ୟ କରନ୍ତି ଅବା ରୋଗୀଙ୍କ ଚିକିତ୍ସା ନକରି ଅନ୍ୟତ୍ର ରେଫର କରନ୍ତି ତା’ହେଲେ ସମ୍ପୃକ୍ତ ହସ୍ପିଟାଲ ବା ନର୍ସିଂହୋମର ପଞ୍ଜିକରଣ ବାତିଲ କରାଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଚେତାବନୀ ଦେଇଛି।

[ad_2]
Exit mobile version