ଗୁରୁତର କରୋନା ଆକ୍ରାନ୍ତଙ୍କୁ ଭଲ କରିବ Dexamethasone, ସରକାର ଦେଲେ ଅନୁମତି


ନୂଆଦିଲ୍ଲୀ: ଗୁରୁତର କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ବ୍ୟବହାର ହେବ ଡେକ୍ସାମେଥାସୋନ୍ ( Dexamethasone)। କ୍ଲିନିକାଲ ପରୀକ୍ଷା ବେଳେ କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ଏହି ଡେକ୍ସାମେଥାସୋନ୍ ବ୍ୟବହାର ହେବ। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁମତି ଦେଇଛି। ପୂର୍ବରୁ ମିଥାଇଲ ପ୍ରେଡନିସୋଲୋନ୍ ଔଷଧ କରୋନା ଆକ୍ରାନ୍ତଙ୍କୁ ଦିଆଯାଉଥିଲା। ଏବେ ଗ୍ଲୁକୋକୋର୍ଟିକୋଷ୍ଟେରାଇଡ ଡେକ୍ସାମେଥାସୋନକୁ ଏହାର ବିକଳ୍ପ ଭାବରେ ଦିଆଯିବ।
ଅକ୍ସଫୋର୍ଡ ୟୁନିଭରସିଟିର ରିପୋର୍ଟ ଅନୁଯାୟୀ, କରୋନାରେ ଗୁରୁତର ହୋଇଥିବା ଆକ୍ରାନ୍ତଙ୍କ କ୍ଷେତ୍ରରେ ଆଣ୍ଟି-ଇନ୍ଫ୍ଲାମେଟୋରି ଷ୍ଟେରଏଡ ଡେକ୍ସାମେଥାସୋନ ବ୍ୟବହାର କରାଯାଏ। ଏହା ଶସ୍ତା ଏବଂ ସହଜରେ ଉପଲବ୍ଧ ରହିଛି। ମୃତ୍ୟୁ ଆଶଙ୍କାରେ ଥିବା ଆକ୍ରାନ୍ତଙ୍କ କ୍ଷେତ୍ରରେ ଏହି ଔଷଧ ବ୍ୟବହାର କରାଯାଇ ଏକ ତୃତୀୟାଂଶ ପର୍ଯ୍ୟନ୍ତ ମୃତ୍ୟୁ ହାର ହ୍ରାସ କରାଯାଇପାରିଛି। ସଂକ୍ରାମକ ରୋଗର ପ୍ରଫେସର ପିଟର ହର୍ବି କହିଛନ୍ତି ଯେ କୋଭିଡ -୧୯ରୁ ରକ୍ଷା ପାଇବା ପାଇଁ ଡେକ୍ସାମେଥାସୋନ ହେଉଛି ପ୍ରଥମ ଔଷଧ।
Union Health Ministry revises clinical management protocol for #COVID19. Glucocorticosteroid dexamethasone now allowed as alternative to methylprednisolone for moderate & severe #COVID19 patients in need of oxygen support who experience excessive inflammatory response: Statement pic.twitter.com/JS8YysNaNW
— ANI (@ANI) June 27, 2020
ଆହୁରି ପଢ଼ନ୍ତୁ
ପରୀକ୍ଷା ସମୟରେ ଭେଣ୍ଟିଲେଟରରେ ଡେକ୍ସାମେଥାସୋନ ଦିଆଯାଇଥିବା ରୋଗୀମାନଙ୍କର ମୃତ୍ୟୁହାର ଏକ ତୃତୀୟାଂଶ ହ୍ରାସ ପାଇଥିବାବେଳେ ଭେଣ୍ଟିଲେଟରରେ ଥିବା ଆକ୍ରାନ୍ତଙ୍କ କ୍ଷେତ୍ରରେ ଏହା ବ୍ୟବହାର କରାଯାଇ ମୃତ୍ୟୁ ସଂଖ୍ୟା ହ୍ରାସ କରାଯାଉଛି।
ସୂଚନାଯୋଗ୍ୟ, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଶୁକ୍ରବାର ଗୋଟିଏ ଦିନରେ ୧୮ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ପରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ଟପିଛି। ସେହିପରି ଶୁକ୍ରବାର ୧୩ ହଜାରରୁ ଅଧିକ ଆରୋଗ୍ୟ ହେବା ପରେ ଦେଶରେ କରୋନା ଆରୋଗ୍ୟ ହାର ୫୮ ପ୍ରତିଶତ ଟପିଛି। ଯାହାକି କରୋନା ମୁକାବିଲାରେ ଏକ ବଡ଼ ଉପଲବ୍ଧି।
ସେହିପରି ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ଛୁଇଁଛି। ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଚିନ୍ତା ପ୍ରକଟ କରିଛି। ଏହି ବିଶ୍ୱ ମହାମାରୀରେ ଏଯାବତ ୫ ଲକ୍ଷରୁ ଅଧିକ ସାରା ବିଶ୍ୱରେ ମୃତ୍ୟୁ ବରଣ କରିଥିବା ସୂଚନା ରହିଛି।
ଆହୁରି ପଢ଼ନ୍ତୁ
[ad_2]