ନ୍ୟୁଜ୍ରାଜ୍ୟ

୨୫ରୁ ଗଡ଼ିବ କଟକ-ପାରାଦୀପ ମେମୁ ଟ୍ରେନ୍

ସତ୍ୟଶିଖା( ପାରାଦୀପ )୨୧ .୦୭. ୨୦୨୨: ପାରାଦୀପବାସୀଙ୍କ ପାଇଁ ଖୁସିର ଖବର । ଆସନ୍ତା ୨୫ ତାରିଖରୁ ପାରାଦୀପରୁ କଟକ ଓ କଟକରୁ ପାରାଦୀପ ଦୁଇଟି ମେମୁ ଟ୍ରେନ୍‌ ଯିବା ଆସିବା କରିବ । ପ୍ରତି ଦିନ କଟକରୁ ଦିନ ୧୧ଟା ୩୦ରେ ଏହି ଟ୍ରେନ୍‌ ଛାଡ଼ିବାକୁ ଥିବା ବେଳେ ପାରାଦୀପରୁ ଅପରାହ୍ନ ୨ଟାରେ କଟକ ଅଭିମୁଖେ ଆଉ ଏକ ଟ୍ରେନ୍‌ ବାହାରିବ ।

ଏଥିରେ ମୋଟ୍‌ ୧୨ଟି ବଗି ରହିବା ସହ ବାଟରେ ମତ୍ତଗଜପୁର, କନ୍ଦରପୁର, ବଡ଼ଖଣ୍ଡେଇତ, ରଘୁନାଥପୁର, ବନବିହାରି ଗ୍ୱାଲିପୁର, ଗୋରଖନାଥ, ଝଙ୍କଡ଼ ଶାରଳା ରୋଡ୍‌, ନିମକଣ, ରାହାମା, ଗୋପିନାଥ ଜିଉ ବାଣିକୁନ୍ଦ ପିଏଚ୍‌, ବଡ଼ବନ୍ଧ, ବଗଦିଆ ଷ୍ଟପେଜ୍‌ ଗୁଡ଼ିକରେ ଟ୍ରେନ୍‌ ରହିବ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Show More
Back to top button