ଓ୍ୱାଶିଂଟନ: କରୋନା ମୁକାବିଲା ପାଇଁ ଆମେରିକା ୨୦୦ ଭେଣ୍ଟିଲେଟର ଦେବ ବୋଲି ଘୋଷଣା କରିଛି। ଏହା ମାଗଣା ନୁହେଁ ବରଂ ଏଥିପାଇଁ ଭାରତ ସରକାର ୨.୬ ମିଲିଅନ ଡଲାର ଦେବ। ଏଭଳି କିଛି ଖବର ଜାତୀୟ ଗଣାମାଧ୍ୟମରେ ପ୍ରସାରିତ ହୋଇଥିଲା। ଏବେ ଏହି ଖବରକୁ ନେଇ ଆମେରିକା ଅସନ୍ତୋଷ ପ୍ରକାଶ କରିଛି। ୟୁଏସଡିର କାମଚଳା ନିର୍ଦ୍ଦେଶକ ରମୋନା ଏଲ ହମଜାଇ ସ୍ପଷ୍ଟ କରିଛନ୍ତି, ଟ୍ରମ୍ପ ଏହି ଉପହାର ବନ୍ଧୁତ୍ୱ ଦୃଷ୍ଟିକୋଣରୁ ଦେଇଛନ୍ତି, ବ୍ୟବସାୟିକ ଦୃଷ୍ଟିକୋଣରୁ ନୁହେଁ।
Thank you @POTUS @realDonaldTrump.
This pandemic is being fought collectively by all of us. In such times, it’s always important for nations to work together and do as much as possible to make our world healthier and free from COVID-19.
More power to 🇮🇳 – 🇺🇸 friendship! https://t.co/GRrgWFhYzR
— Narendra Modi (@narendramodi) May 16, 2020
ଆହୁରି ପଢ଼ନ୍ତୁ
୨୦୦ ଭେଣ୍ଟିଲେଟରରୁ ୫୦ ଭେଣ୍ଟିଲେଟର ଖୁବଶୀଘ୍ର ଭାରତ ପହଞ୍ଚିବ ବୋଲି ସେ କହିଛନ୍ତି। ଭେଣ୍ଟିଲେଟର ପୁରୁଣା ହୋଇଯାଇଛି ସମସ୍ତ ଭେଣ୍ଟିଲେଟରକୁ ଠିକ୍ କରି ଭାରତକୁ ଦିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
୧୫ ତାରିଖରେ ଡୋନାଲ୍ଡ ଟ୍ରମ୍ପ ଭେଣ୍ଟିଲେଟର ମାଗଣାରେ ଦେଉଥିବା ନେଇ ଘୋଷଣା କରିବା ବେଳେ ଟୁଇଟ୍ କରି କହିଥିଲେ, ଭାରତ ଆମର ବନ୍ଧୁ। ଏବେ ଆମେ ଭେଣ୍ଟିଲେଟର ଦାନ କରୁଥିବା ଗର୍ବିତ ଅନୁଭବ କରୁଛୁ। ଏହି ମହାମାରୀ ବେଳେ ଆମେ ଭାରତ ସହିତ ରହିଛୁ। ଆମେ ଟୀକା ମଧ୍ୟ ବିକଶିତ କରୁଛୁ। ଆଗାମୀ ଦିନରେ ମିଶି ଅଦୃଶ୍ୟ ଶତ୍ରୁ କରୋନାକୁ ହରାଇବୁ।
ଏହାପରେ ୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି କହିଥିଲେ, “ଏହି ବିଶ୍ୱମହାମାରୀକୁ ଆମେ ମିଳିମିଶି ଆଗାମୀ ଦିନରେ ହରାଇବା। ଏଭଳି ସମୟରେ ପରସ୍ପରକୁ ସହଯୋଗ କରି କାମ କରିବା ଦରକାର। ଏମିତିକି ଯଥାସମ୍ଭବ ସାରା ବିଶ୍ୱକୁ ସୁସ୍ଥ ରଖିବାକୁ ଚେଷ୍ଟା କରିବା। ଆଗାମୀ ଦିନରେ ଏହି ବନ୍ଧୁତ୍ୱ ଆହୁରି ଶକ୍ତିଶାଳୀ ହେଉ”।
[ad_2]