ଦେଶ

ଗାଡ଼ି ଚୋରକୁ କରୋନା, କ୍ୱାରେଣ୍ଟାଇନରେ ଗଲେ ପୁଲିସ ଓ କୋର୍ଟ କର୍ମଚାରୀ

ଲୁଧିଆନା: ପଞ୍ଜାବର ଲୁଧିଆନ୍‌ରେ ପୁଲିସ ଗିରଫ କରିଥିବା ଜଣେ ବାଇକ ଚୋର ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣା ପଡ଼ିବା ପରେ ତା’କୁ ଗିରଫ କରି କୋର୍ଟରେ ହାଜର କରିଥିବା ୧୭ ଜଣ ପୁଲିସ୍‌ କର୍ମଚାରୀ କ୍ୱାରେଣ୍ଟାଇନକୁ ଚାଲିଯାଇଛନ୍ତି। ଏଥିସହ ଚୋରକୁ ଯେଉଁ କୋର୍ଟରେ ହାଜର କରାଯାଇଥିଲା, ସେଠାକାର ମାଜିଷ୍ଟ୍ରେଟ ଓ କର୍ମଚାରୀମାନଙ୍କୁ ମଧ୍ୟ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି।

ଏପ୍ରିଲ ୫ରେ ସ୍ଥାନୀୟ ଫୋକାଲ ପଏଣ୍ଟ ପୁଲିସ୍‌ ଗାଡ଼ି ଚୋରି କରିବା ଅଭିଯୋଗରେ ୨୫ ବର୍ଷୀୟ ସୌରଭ ସେହଗଲ ଓ ନବଜୋତ ସିଂହକୁ ଗିରଫ କରିଥିଲା। ଏହାପରେ ଉଭୟଙ୍କୁ କୋର୍ଟରେ ହାଜର କରାଯାଇଥିଲା। ତେବେ ଏହାପୂର୍ବରୁ ସେମାନଙ୍କୁ ଜୀବନ ନଗର ପୁଲିସ୍‌ ପୋଷ୍ଟରେ ଗୋଟିଏ ଦିନ ରଖାଯାଇଥିଲା।

ଆହୁରି ପଢ଼ନ୍ତୁ

ଏପ୍ରିଲ ୬ରେ ଡ୍ୟୁଟି ମାଜିଷ୍ଟ୍ରେଟ ସୌରଭ ଜ୍ୱର ଓ କାଶରେ ପୀଡ଼ିତା ଥିବା ଜାଣିବା ପରେ ତା’ର ମେଡିକାଲ ଟେଷ୍ଟ ପାଇଁ କହିଥିଲେ। ଏହି ସମୟରେ ସୌରଭ କରୋନରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ସୌରଭ ସହ ଗିରଫ ହୋଇଥିବା ନବଜୋତ ମେଡିକାଲ ଟେଷ୍ଟ ସମୟରେ ଖସି ଯାଇଥିଲା।

ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। ପ୍ରଶାସନର ନିର୍ଦ୍ଦେଶକ୍ରମେ ସମସ୍ତ ୧୭ ପୁଲିସ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରହିଛନ୍ତି। ସେହିପରି ଏହି ଦୁଇ ଚୋରଙ୍କୁ ଧରାଇବାରେ ସହଯୋଗ କରିଥିବା ଦୁଇ ଜଣ ଲୋକଙ୍କୁ ମଧ୍ୟ କ୍ୱାରେଣ୍ଟାଇନରେ ରଖାଯାଇଛି। ଏବେ ପୁଲିସ୍‌ ଫେରାର ହୋଇଯାଇଥିବା ନବଜୋତ ସିଂହକୁ ଖୋଜିବା ଆରମ୍ଭ କରିଛି।

[ad_2]
Show More
Back to top button