ନ୍ୟୁଜ୍
ଜଳ ଜୀବନ ମିଶନ ମୋବାଇଲ ଆପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ


ସତ୍ୟଶିଖା ( ଭୁବନେଶ୍ୱର )୦୨ /୧୦ /୨୦୨୧: ଜଳ ଜୀବନ ମିଶନ ମୋବାଇଲ ଆପର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଆପ ଜରିଆରେ କେତୋଟି ଘରେ ପାଣି ପହଂଚିଲା, ପାଣିର ଗୁଣାତ୍ମକ ମାନ କେମିତି ସହିତ ପାଣିର ଯୋଗାଣ ବାବଦରେ ସବିଶେଷ ତଥ୍ୟ ମିଳିବ । ଏହି ଜଳ ଜୀବନ ମିଶନ ଜରିଆରେ ସଶକ୍ତ ହେଉଛନ୍ତି ମହିଳା । ପିଇବା ପାଇଁ ଆବଶ୍ୟକ ପାଣି ଆଣିବାକୁ ଆଉ ମହିଳାଙ୍କୁ ସମୟ ଦେବାକୁ ପଡୁନି ।
ତେଣୁ ମହିଳାମାନେ ଏବେ ପିଲାଙ୍କର ପାଠପଢା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ମନୋନିବେଶ କରି ରୋଜଗାର ଉପରେ ଗୁରୁତ୍ୱ ଦେବା ଦରକାର । ଏହି ଆପର ଉଦଘାଟନ ବେଳେ ମୋଦୀ ଭିଡିଓ କନଫରେନସିଂ ଜରିଆରେ ଦେଶର ବିଭିନ୍ନ ଗ୍ରାମ ପଂଚାୟତର ମୁଖିଆ ଏବଂ ପାଣି ସମିତିଙ୍କ ସହ ଆଲୋଚନା କରିଛନ୍ତି ।