ସ୍ପେଶାଲ୍ ରିପୋର୍ଟ
ଆଦିତ୍ୟ ଦାସ ମୃତ୍ୟୁ ମାମଲା: କନକ ନ୍ୟୁଜରେ ଆଦିତ୍ୟଙ୍କ ବନ୍ଧୁ ବିସ୍ମିତ ଓ ପୂର୍ବତନ ପ୍ରେମିକା ଚିନ୍ମୟୀଙ୍କ ମଧ୍ୟରେ କଥା କଟାକଟି; ଚିନ୍ମୟୀ କହିଲେ ସେ ଆଦିତ୍ୟଙ୍କୁ ଦେଇନଥିଲେ ଧୋକା, ତାଙ୍କ ମୁଣ୍ଡରେ ଅଠା ବୋଳିବାକୁ ଅଯଥାରେ ଟଣା ଯାଉଛି ତାଙ୍କ ନାଁ l


ସତ୍ୟଶିଖା ୪.୦୯.୨୦୨୦: ନୂଆମୋଡ ନେଉଛି ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣା । ଏହି ଘଟଣାରେ ଗତକାଲି ରହସ୍ୟମୟୀ ମହିଳା ଚିନ୍ମୟୀ ମହାପାତ୍ର ସାମ୍ନାକୁ ଆସିବା ପରେ ଆଜି କନକ ନ୍ୟୁଜରେ କଥା କଟାକଟି ହୋଇଛନ୍ତି ଆଦିତ୍ୟଙ୍କ ବନ୍ଧୁ ବିସ୍ମିତ ଓ ପୂର୍ବ ପ୍ରେମିକା ଚିନ୍ମୟୀ । ଚିନ୍ମୟୀ କହୁଛନ୍ତି, ସେ ଆଦିତ୍ୟଙ୍କୁ ଧୋକା ଦେଇନଥିଲେ, ତାଙ୍କ ମୁଣ୍ଡରେ ଅଠା ବୋଳିବାକୁ ତାଙ୍କ ନାଁ ଅଯଥାରେ ଟଣା ଯାଉଛି । ଆଦିତ୍ୟ କେବେ ବି ଆତ୍ମହତ୍ୟା କରିପାରିବେ ନାହିଁ ବୋଲି ଚିନ୍ମୟୀ କହିଛନ୍ତି । ସେପଟେ ବିସ୍କିତ କହିଛନ୍ତି,୨୪ ଘଂଟା ମଧ୍ୟରେ ବାରମ୍ବାର ମତ ବଦଳାଉଛନ୍ତି ଚିନ୍ମୟୀ ।