ସ୍ପେଶାଲ୍ ରିପୋର୍ଟ

ଗରିବଙ୍କୁ ଖୁଆଇବା ପାଇଁ ବିକିଲେ ୨୫ ଲକ୍ଷର ସମ୍ପତ୍ତି

ବେଙ୍ଗାଲୁରୁ: କରୋନା ମହାମାରୀ ବେଳେ ଗରିବଙ୍କୁ ସହଯୋଗ କରିବା ପାଇଁ କର୍ଣ୍ଣାଟକ କୋଲାର ଜିଲ୍ଲାର ଦୁଇ ମୁସଲମାନ ଭାଇ ତଥା ବ୍ୟବସାୟୀ ତଜମୁଲ ପାଶା ଏବଂ ମୁଜମ୍ମିଲ ପାଶା ୨୫ ଲକ୍ଷ ଟଙ୍କାର ସମ୍ପତ୍ତି ବିକ୍ରି କରିଛନ୍ତି। କରୋନା ମହାମାରୀ ବେଳେ ଅନେକ ଦିନ ମଜୁରିଆ ଏବଂ ତାଙ୍କ ପରିବାର ଲୋକେ ଅଭାବ ଅନଟନରେ ଚଳୁଥିବା ଦେଖି ଦୁଇ ଭାଇ ସହଯୋଗର ହାତ ବଢ଼ାଇଛନ୍ତି।

ନିଜ ଘର ପାଖରେ ଏକ ଟେଣ୍ଟ ବାନ୍ଧି ଦୁଇ ଭାଇ ପ୍ରଥମେ କମ୍ୟୁନିଟି ରୋଷେଇ ବ୍ୟବସ୍ଥା କରିଥିଲେ। ଏହାଦ୍ୱାରା ଅନେକ ଦିନ ମଜୁରିଆ ଏବଂ ଗରିବ ଲୋକଙ୍କୁ ଖାଇବାକୁ ଦେଇଥିଲେ ଦୁଇ ଭାଇ।

‘ଆମର ବାପା ମା’ ଛୋଟ ବେଳେ ମୃତ୍ୟୁବରଣ କରିଥିଲେ। ଏହାପରେ ଆଈ ସହ ଆମେ ଦୁଇ ଭାଇ କୋଲାର ଜିଲ୍ଲାକୁ ପଳାଇ ଆସିଥିଲୁ। ସେହି ସମୟରେ ଆମକୁ ହିନ୍ଦୁ, ମୁସଲିମ୍, ଶିଖ ଆଦି ଅନେକ ସମ୍ପ୍ରଦାୟର ଲୋକମାନେ ସହଯୋଗ କରିଥିଲେ’ ବୋଲି ତଜମୁଲ ପାଶା କହିଛନ୍ତି।

ଆହୁରି ପଢ଼ନ୍ତୁ

ପାଶା ବ୍ରଦର୍ସ କଦଳୀ ଚାଷ ସହିତ ରିୟଲ ଇଷ୍ଟେଟ ବ୍ୟବସାୟ କରନ୍ତି। ତଜମୁଲ ଭାଇ ମାନଙ୍କ ମଧ୍ୟରେ ପଞ୍ଚମ ଭାଇ ହୋଇଥିବା ବେଳେ ମୁଜମିଲ ତୃତୀୟ ଭାଇ। ତାଙ୍କର ବାପା ମାଙ୍କର ଦେହାନ୍ତ ପରେ ଆଈଙ୍କ ସହ କୋଲାର ଆସିଥିଲେ।

‘ଆମେ ବହୁତ ଗରିବ ଥିଲୁ। ଆଜି ଯଦି ଆଗକୁ ଆସିଛୁ ତା’ହେଲେ ସମସ୍ତ ସମ୍ପ୍ରଦାୟର ଲୋକଙ୍କ ଭଲ ପାଇବା ଏବଂ ସହଯୋଗ ପାଇଁ। ଲକଡାଉନ୍ ପାଇଁ କିଣାବିକା ହୋଇପାରିନି। ତେବେ ସୋସାଇଟିର କିଛି ଲୋକଙ୍କୁ ନେଇ ଏକ ହସ୍ତାକ୍ଷର ହୋଇଛି। ଯିଏ ଜମି ନେବେ ତାଙ୍କୁ ସେହି ହସ୍ତାକ୍ଷର ପତ୍ର ହସ୍ତାନ୍ତର କରାଯାଇଛି। ଲକଡାଉନ ଶେଷ ହେବା ପରେ ଜମି କିଣା ବିକା ହେବ’ ବୋଲି ସେ କହିଛନ୍ତି।

ଏହି ଦୁଇ ଭାଇ ୨୫ ଲକ୍ଷ ଟଙ୍କାରେ ୩ ହଜାର ଗରିବ ଲୋକଙ୍କ ପାଇଁ ରାସନ ପଠାଇଥିବା ବେଳେ ସାନିଟାଇଜର ଏବଂ ମାସ୍କ ଆଦି ପଠାଇଥିବା ଜଣାପଡ଼ିଛି। କୋଲାର ପ୍ରଶାସନ ମଧ୍ୟ ଏଭଳି ଜନସେବା କରିବା ପାଇଁ ଦୁଇ ଭାଇଙ୍କୁ ପାସ୍ ଯୋଗାଇ ଦେଇଛି।

[ad_2]
Show More
Back to top button