ଦେଶ

ଗରିବଙ୍କୁ ଖାଦ୍ୟ ବାଣ୍ଟୁଥିଲେ, ଏବେ ନିଜେ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ଦିଲ୍ଲୀର କ୍ଷମତାସୀନ ଆମ ଆଦମୀ ପାର୍ଟି ବିଧାୟକ ନରେଶ ଯାଦବଙ୍କ ଦୁଇ ଜଣ ପ୍ରତିନିଧି କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଏହି ଦୁଇ ପ୍ରତିନିଧି ଗରିବ ଲୋକଙ୍କୁ ଖାଦ୍ୟ ବାଣ୍ଟୁଥିଲେ। ହେଲେ ଏବେ ସେମାନେ କରୋନାରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କ ଠାରୁ ଖାଦ୍ୟ ସାମଗ୍ରୀ ଗ୍ରହଣ କରିଥିବା ଲୋକଙ୍କ ପ୍ରତି ସଂକ୍ରମଣର ଆଶଙ୍କା ପ୍ରକାଶ ପାଇଛି।

କରୋନାକୁ ନିୟନ୍ତ୍ରଣ ପାଇଁ ସାରା ଦେଶରେ ଲକଡାଉନ ଘୋଷଣା ହୋଇଛି। ଗରିବ ଲୋକମାନେ ଖାଦ୍ୟ ପାଇବାକୁ ହଇରାଣ ହେଉଛନ୍ତି। ଏଥିପାଇଁ ବିଧାୟକ ଯାଦବ ଗରିବଙ୍କୁ ସହଯୋଗ କରିବାକୁ ଆଗେଇ ଆସିଥିଲେ।

ଆହୁରି ପଢ଼ନ୍ତୁ

ଏଥିପାଇଁ ଏହି ଦୁଇ ପ୍ରତିନିଧିଙ୍କ ଜରିଆରେ ବିଧାୟକ ଯାଦବ ଗରିବ ଲୋକଙ୍କୁ ଖାଦ୍ୟ ବାଣ୍ଟୁଥିଲେ। ନିଜ ନିର୍ବାଚନ ମଣ୍ଡଳୀ ମହରିଲୀର ପହଲିମାନ ଢାବା ନିକଟରେ ରହୁଥିବା ପ୍ରାୟ ୧ ହଜାରରୁ ୧୫ ଶହ ଲୋକଙ୍କୁ ଏମାନେ ଖାଦ୍ୟ ବାଣ୍ଟିଛନ୍ତି। ତେବେ ଉଭୟଙ୍କର କରୋନା ଟେଷ୍ଟ କରାଯିବାରୁ ରିପୋର୍ଟ ପଜିଟିଭ ଆସିଛି।

ଏହି କାରଣୁ ଦୁଇ ଜଣ ଯାକ ପ୍ରତିନିଧିଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଛି। ସେହିପରି ସମଗ୍ର ଅଞ୍ଚଳକୁ ବିଶୋଧନ କରାଯାଇଛି। ଏବେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଠାବ କରିବା ପାଇଁ ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଛି।

[ad_2]
Show More
Back to top button