ରାଜ୍ୟ
ଗରାବଡ଼ୁ ସେବାୟତଙ୍କର ହେବ କରୋନା ଟେଷ୍ଟ


ପୁରୀ (ସତ୍ୟଶିଖା): ସ୍ନାନପୂର୍ଣ୍ଣିମା ପୂର୍ବରୁ ଗରାବଡୁ ସେବାୟତଙ୍କର ହେବ କରୋନା ଟେଷ୍ଟ। ମୋଟ ୧୭୨ ଗରାବଡୁ ସେବକଙ୍କ କରୋନା ଟେଷ୍ଟ କରାଯିବ। ୨୯ ଏବଂ ୩୦ ତାରିଖରେ ଏହି ଟେଷ୍ଟ କରାଯିବ। ଗରାବଡୁ ନିଯୋଗ ସଂପାଦକ ରଜତ ପ୍ରତିହାରୀ ଆଜି ଏହି ସୂଚନା ଦେଇଛନ୍ତି।
ଆହୁରି ପଢ଼ନ୍ତୁ
ସେ କହିଛନ୍ତି ଯେ, ପାଞ୍ଚ ତାରିଖରେ ସ୍ନାନ ପୂର୍ଣ୍ଣିମା ପଡ଼ୁଛି। ଏହା ପୂର୍ବରୁ ରିପୋର୍ଟ ମିଳିଯିବ ବୋଲି ଆଶା କରାଯାଉଛି।
ଆଜି ନିଳାଦ୍ରୀ ଭକ୍ତ ନିବାସରେ ଗରାବଡୁ ସେବକଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ବୈଠକରେ ବସିଥିଲା। ବୈଠକ ଶେଷ ହେବା ପରେ ଶ୍ରୀମନ୍ଦିର ଗରାବଡୁ ନିଯୋଗ ସଂପାଦକ ରଜତ ପ୍ରତିହାରୀ ଏହି ସୂଚନା ଦେଇଥିଲେ।