ରାଜ୍ୟ

ଗଞ୍ଜାମ-ନୟାଗଡ଼ ସୀମା ସିଲ୍‌, ଜଗିଛନ୍ତି ଫୋର୍ସ

ନୟାଗଡ଼ (ସତ୍ୟଶିଖା): ଗଞ୍ଜାମ-ଖୋର୍ଦ୍ଧା ସୀମା ସିଲ୍‌ କରାଯାଇଛି। ଖୋର୍ଦ୍ଧାରୁ ଗଞ୍ଜାମ ଯିବାକୁ ଥିବା ରାସ୍ତା ମଧ୍ୟ ସି‌ଲ୍‌ ହୋଇଛି। ଗଞ୍ଜାମରେ ‘କରୋନା ସଂକ୍ରମଣ ବଢ଼ିବା ପରେ ଉଭୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ପଦକ୍ଷେପ ନିଆଯାଇଛି।

ଗଞ୍ଜାମରୁ ଖୋର୍ଦ୍ଧା ଆସିବା ବେଳେ ଖଲିକୋଟ୍‌ ନିକଟ ଗୁଡ଼ାପଲ୍ଲି ଚେକ୍‌ ଗେଟ୍‌ ନିକଟରେ ପୁଲିସ୍ ଫୋର୍ସ ଜଗି ରହିଛନ୍ତି। ଅତିଆବଶ୍ୟକ ଓ ଅନୁମତି ଥିବା ଲୋକଙ୍କୁ ହିଁ ଯିବାକୁ ଅନୁମତି ଦିଆଯାଇଛି। ଯାହାପରେ ଏବେ ଯାନବାହନର ଲମ୍ବା ଲାଇନ ଦେଖିବାକୁ ମିଳିଛି। ବହୁ ସଂଖ୍ୟାରେ ଲୋକେ ଭୁବନେଶ୍ୱର ଆସିବାକୁ ଅପେକ୍ଷା କରି ରହିଛନ୍ତି। ଏପରି କି କିଛି ଆମ୍ବୁଲାନ୍ସ ମଧ୍ୟ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। କେବଳ ସିଡିଏମ୍ଓ, ଏଡିଏମ୍ଓ ଓ ଅନ୍ୟ ଅଧିକାରୀଙ୍କୁ ଅନୁମତି ଥିବା ଲୋକଙ୍କୁ ଯିବାକୁ ଅନୁମତି ଥିବା ଗଞ୍ଜାମ ଏସ୍‌ପି ବ୍ରିଜେଶ ରାୟ କହିଛନ୍ତି।

ଆହୁରି ପଢ଼ନ୍ତୁ

ସୀମା ସିଲ୍‌ ପରେ ଖୋର୍ଦ୍ଧା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି। କୁମରପାରି ଓ ନାଭାଲ ଛକ ଦାୟିତ୍ୱରେ ୨ ମାଜିଷ୍ଟ୍ରେଟ ଓ ୪ ଅଫିସର ଅଛନ୍ତି। ସୀମାର ଦୁଇ ପ୍ରବେଶ ପଥରେ ୧ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି। ଗଞ୍ଜାମରୁ ଖୋର୍ଦ୍ଧା ପ୍ରବେଶ ଉପରେ ୨୪ ଘଣ୍ଟିଆ ରୋକ୍‌ ଲଗାଇଛି ପ୍ରଶାସନ।

ଆଜି ଗଞ୍ଜାମ ଜିଲାରେ ୨୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮୩୬ରେ ପହଞ୍ଚିଛି। ସେଥିରୁ ୨୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪୮୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୧୩୨୧ ଜଣ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସ ହେଉଛନ୍ତି। ଜଣେ କରୋନାରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି।

 

ଆହୁରି ପଢ଼ନ୍ତୁ



[ad_2]

Show More
Back to top button