ରାଜ୍ୟ

ଗଞ୍ଜାମ ଜିଲ୍ଲାରେ ଆଜିଠୁ ସକାଳ ୭ଟାରୁ ଖୋଲିଲା ବ୍ୟାଙ୍କ

ବ୍ରହ୍ମପୁର (ସତ୍ୟଶିଖା): ଗଞ୍ଜାମ ଜିଲ୍ଲାରେ ‌ଆଜିଠାରୁ ସକାଳ ୭ଟାରୁ ଦିନ ୨ଟା ପର୍ଯ୍ୟନ୍ତ ବ୍ୟାଙ୍କ ଖୋଲା ରହିବ। ଜନ ଗହଳି ନିୟନ୍ତ୍ରଣ, ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତ ଭୟ ଏଡ଼ାଇବାକୁ ଏହି ନିଷ୍ପତ୍ତି ନିଆଯାଇଛି। ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। ବ୍ୟାଙ୍କରେ ପୂର୍ବବତ୍ ସାମାଜିକ ଦୂରତ୍ୱ ରକ୍ଷା ଲାଗି ମଧ୍ୟ ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି।

ଆହୁରି ପଢ଼ନ୍ତୁ

ସୂଚନାଯୋଗ୍ୟ, ଆମ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୨୫ ଜଣ ସୁସ୍ଥ  ହୋଇ ଘରକୁ ଫେରିଥିବା ବେଳେ ୫୩ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

ଆମ ରାଜ୍ୟରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ହେଲେ ଏପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲା ଜଣେ ହେଲେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି।

[ad_2]
Show More
Back to top button