ଗଞ୍ଜାମରେ ୧୧ କରୋନା ଯୋଦ୍ଧାଙ୍କୁ କରୋନା

ବ୍ରହ୍ମପୁର(ସତ୍ୟଶିଖା): ଗଞ୍ଜାମ ଜିଲ୍ଲାରେ ଗତକାଲି ୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧ କରୋନା ଯୋଦ୍ଧା ଥିବା ଜଣାଯାଇଛି। କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୧୧ ଜଣ ଆକ୍ରାନ୍ତ ହୋଇଥିବା ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ।
ଆଜି ଗଞ୍ଜାମ ଜିଲ୍ଲାରେ ୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୭୮ରେ ପହଞ୍ଚିଲାଣି। ସେମାନଙ୍କ ମଧ୍ୟରୁ ୫୪୫ ଜଣ ସୁସ୍ଥ ହୋଇଥିବା ବେଳେ୧୨୮ଜଣ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି।  କରୋନା ଯୋଗୁ ଜିଲ୍ଲାରେ ୫ ଜଣଙ୍କ ମୃତ୍ୟୁ ହୋଇଛି।

ଆହୁରି ପଢ଼ନ୍ତୁ

ସୂଚନାଯୋଗ୍ୟ,  ଗଞ୍ଜାମ ଜିଲ୍ଲା ଛତ୍ରପୁର ଏସଡିପିଓ ଓ ଆଇଆଇସିଙ୍କୁ କରୋନା ହୋଇଥିବା  ଗଞ୍ଜାମ ଏସ୍‌ପି ଟ୍ୱିଟ୍ କରି ସୂଚନା ଦେଇଥିଲେ। ସେମାନେ ହୋମ କ୍ୱରେଣ୍ଟାଇନରେ ଅଛନ୍ତି।

[ad_2]
Exit mobile version