ଦେଶ

ତାମିଲନାଡୁରେ ବଏଲର୍ ବିସ୍ଫୋରଣ, ୭ ଆହତ

ଚେନ୍ନାଇ: ଦୁଃଖଦ, ଅତ୍ୟନ୍ତ ଦୁଃଖଦ। ଆନ୍ଧ୍ରପ୍ରଦେଶ, ଛତିଶଗଡ଼ରେ ଗ୍ୟାସ ଲିକ୍ ପରେ ତାମିଲନାଡୁର କୋଇଲା ଖଣି ନେୟେଭେଲି ଲିଗନାଇଟ୍ କର୍ପୋରେସନ ପ୍ଲାଣ୍ଟରେ ବିସ୍ପୋରଣ। କୋଇଲା ଖଣିର ବଏଲର୍ ଫ୍ୟାକ୍ଟ୍ରି ବିସ୍ଫୋରଣ କରିବାରୁ ୭ ଜଣ ଗୁରୁତର ହୋଇଛନ୍ତି। ତାମିଲନାଡୁର କୁଡ଼ୋଲୋରରେ ଏହି କୋଇଲା ଖଣି ରହିଛି। ପ୍ରାଥମିକ ଭାବରେ ସାତ ଜଣ ଆହତ ହୋଇଥିବା ସୂଚନା ରହିଛି। ଘଟଣାସ୍ଥଳକୁ ଏବେ ନେୟେଭେଲି ଲିଗନାଇଟ୍ କର୍ପୋରେସନର ପ୍ରମୁଖ ଅଧିକାରୀ ଯାଇଥିବା ସୂଚନା ରହିଛି। ତେବେ କେଉଁ କାରଣରୁ ବଏଲର ଫ୍ୟାକ୍ଟ୍ରି ବିସ୍ଫୋରଣ କରିଛି ସେ ନେଇ ସୂଚନା ମିଳିନାହିଁ। ସେହିପରି ମୃତାହତଙ୍କ ବାବଦରେ ସବିଶେଷ ତଥ୍ୟ ଜଣାପଡ଼ିନି।

ତାମିଲନାଡୁ ପୁଲିସ ଏବଂ ଦମକଳବାହିନୀ ଟିମ୍ ମଧ୍ୟ ଘଟଣାସ୍ଥଳକୁ ଯାଇଛନ୍ତି। ଏହି ନେୟେଭେଲି ଲିଗନାଇଟେ କର୍ପୋରେସନ କେନ୍ଦ୍ର ସରକାରଙ୍କ ନବରତ୍ନ କମ୍ପାନୀ ଭିତରେ ଯାଏ। ଏହି କମ୍ପାନୀରୁ ଥର୍ମାଲ୍ ଏନେର୍ଜି ଉତ୍ପନ ହୁଏ।

ଆହୁରି ପଢ଼ନ୍ତୁ

ଏହା ପୂର୍ବରୁ ଆଜି ସକାଳେ ବିଶାଖପାଟଣମର ଏଲଜି ପଲିମର୍ସ କାରଖାନାରେ ବିଷାକ୍ତ ଷ୍ଟାଇରିନ୍ ଗ୍ୟାସ ଲିକ୍ ହୋଇଥିଲା। ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୧୧ ଛୁଇଁଥିବା ବେଳେ ଶତାଧିକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସେହିପରି ଛତିଶଗଡ଼ର ଏକ ପେପର ମିଲରେ ଆଜି ସକାଳେ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇଛି। ଛତିଶଗଡ଼ର ରାୟଗଡ଼ରେ ଥିବା ଏକ ପେପର ମିଲରେ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇଛି। ତିନି ଜଣ ଶ୍ରମିକଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଆଉ କିଛି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି। ପେପର ମିଲର ମାଲିକ ବିଷାକ୍ତ ଗ୍ୟାସ ଲିକ୍ ଘଟଣା ଖବରକୁ ଚପାଇବା ପାଇଁ ଚେଷ୍ଟା କରୁଥିବା ସୂଚନା ରହିଛି।

ରାୟଗଢ଼ ଏସପି ସନ୍ତୋଷ ସିଂହ କହିଛନ୍ତି, ଶ୍ରମିକମାନେ ପେପର ମିଲ୍ ଭିତରେ ଏକ ଟାଙ୍କି ସଫା କରୁଥିଲେ। ଏହି ସମୟରେ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇଥିଲା। ଶ୍ରମିକମାନେ ବିଷାକ୍ତ ଗ୍ୟାସ ସଂସ୍ପର୍ଶରେ ଆସିବାରୁ ଗୁରୁତର ହୋଇପଡ଼ିଛନ୍ତି। ଏବେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

[ad_2]
Show More
Back to top button