ରାଜ୍ୟ

ଗଞ୍ଜାମରେ ପାଳନ ହେବନି ରଜ | Satyasikha

ବ୍ରହ୍ମପୁର (ସତ୍ୟଶିଖା): ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ ପାଳନ ହେବନି ରଜ ପର୍ବ। ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଜୁନ ୧୬ ତାରିଖ ପର୍ଯ୍ୟନ୍ତ କଡ଼ା କଟକଣା ଜାରି କରିଛନ୍ତି। ରଜ ସମୟରେ ଦୋଳି ଖେଳିବା, ମେଳା ମହୋତ୍ସବ କିମ୍ବା ଭୋଜି ଆୟୋଜନ କରିବା ଉପରେ କଟକଣା ଜାରି କରାଯାଇଛି। ସେହିଭଳି ଏହି ସମୟରେ ହେଉଥିବା ବିଭିନ୍ନ ପ୍ରକାର ପାରମ୍ପରିକ ଖେଳକୁ ମଧ୍ୟ ବାରଣ କରାଯାଇଛି।

ଆହୁରି ପଢ଼ନ୍ତୁ

ସୂଚନାଯୋଗ୍ୟ , ରାଜ୍ୟରେ ଆଜି ସୁଦ୍ଧା ୩୪୯୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ କେବଳ ୬୫୮ ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୧୫ ଜଣ ସୁସ୍ଥ ହୋଇଥିବା ବେଳେ ୧୩୮ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।
.

[ad_2]
Show More
Back to top button